ଆଖିରେ ଆଖିଏ ସ୍ବପ୍ନ, ପାଠ ପଢିବେ ବଡ ଲୋକ ହେବେ ; କଅଁଳ ବୟସରେ ମାଡି ବସିଛି କିଡନୀ ରୋଗ

Published By : Prameya-News7 Bureau | January 12, 2019 IST

କପ୍ତିପଦା ୧୨|୧: ଆଖିରେ ଆଖିଏ ସ୍ବପ୍ନ । ପାଠ ପଢିବି ବଡ ଲୋକ ହେବି । ହେଲେ ସ୍ବପ୍ନ ପୂରଣ କରିବାକୁ ଯୁ ନାହିଁ । କଅଁଳ ବୟସରେ ମାଡି ବସିଛି କିଡନୀ  ରୋଗ । ଆଖିକୁ ଭଲଭାବେ ଦେଖାଯାଉନି । ହସି ଖେଳିବା ବୟସରେ  ଜୀବନ ସହ ସଂଗ୍ରାମ କରୁଛନ୍ତି  ୧୧ ବର୍ଷର ନାବାଳକ  । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଜରପୁର ଗାଁର ଗଜେନ୍ଦ୍ର ବହେରା ଏବଂ ମନସ୍ବିନୀଙ୍କ ୧୧ ବର୍ଷର ପୁଅ ରାହୁଲ୍ ବହେରା ।

{"id":73082}

ଜୀବନ ସହ ଜୁଝୁଛନ୍ତି ରାହୁଲ । ଦଇବ ସାଜିଛି ଦାଉ । ସାଙ୍ଗ ସାଥୀ ସ୍କୁଲ ଯାଉଛନ୍ତି, ମଉଜ ମଜଲିସ କରୁଛନ୍ତି । ହେଲେ ସେ ନିରାଶ । କାରଣ ଭଲ ବାବେ ଦେଖିପାରୁନାହାଁନ୍ତି ରାହୁଲ । ମାତ୍ର ୧୧ ବର୍ଷ ବୟସରେ ରାହୁଲ କିଡନୀ ଜନିତ ରୋଗରେ ବି ସେ ପୀଡିତ । ହଠାତ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି । ରାହୁଲଙ୍କ ଚିକିତ୍ସା ପାଇଁ ପରିବାର ପାଖରେ ସମ୍ବଳ ନାହିଁ । ମୟୂରଭଞ୍ଜ ଜିଲ୍ଲା ବଜରପୁର ଗାଁର ଗଜେନ୍ଦ୍ର ବହେରା ଏବଂ ମନସ୍ବିନୀଙ୍କ ୧୧ ବର୍ଷର ପୁଅ ହେଉଛନ୍ତି ରାହୁଲ୍ । ଏବେ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଘରେ ଯାହା କିଛି ଅର୍ଥ ଥିଲା ସବୁ ପୁଅର ଚିକିତ୍ସାରେ ସରିଗଲା । ଅଧିକା ଚିକିତ୍ସା ପାଇଁ ପରିବାର ପାଖରେ ଆଉ ଅର୍ଥ ନାହିଁ ।

{"id":73083}

ରାହୁଲଙ୍କୁ ବାରମ୍ବାର ଜ୍ବର ହେଉଥିବା ବେଳେ ପରୀକ୍ଷା ପରେ ଜଣାପଡିଲା ତାଙ୍କର ୨ଟି ଯାକ କିଡନି ଅଚଳ ହୋଇଯାଇଛି ।  ବାପାମାଙ୍କ ଗୋଡ ତଳୁ ମାଟି ଖସିଗଲା । ପାଖରେ ଯାହା କିଛି ଟଙ୍କା ଥିଲା ସବୁ ସରିଗଲା । ଡାକ୍ତର କହୁଛନ୍ତି, କିଡନି ପ୍ରତ୍ୟାରୋପଣ କରିବା ଜରୁରୀ । ହେଲେ କିଡନୀ ପ୍ରତ୍ୟାରୋପଣ ପାଇଁ ପରିବାର ପାଖରେ ଅର୍ଥ ନାହିଁ । ଏହି ଚିନ୍ତା ବାପା ମାଙ୍କ ଆଖିରୁ ନିଦ ହଯାଇ ଦେଇଛି । ପରିବାରକୁ ସହାୟତାର ହାତ ବଡାଇବାକୁ ଆକୁଳ ନିବେଦନ କରିଛନ୍ତି ପରିବାର । ଏ ବାବଦରେ ଉପଖଣ୍ଡ ଚିକିତ୍ସାଧତ୍କାରୀଙ୍କୁ ପଚାରିବାରୁ ରାଷ୍ଟ୍ରୀୟ ବାଲ୍ ସୁରକ୍ଷା ଯୋଜନାରେ ମାଗଣାରେ ତାଙ୍କ  ଚିକିତ୍ସା କରାଯାଇପାରିବ ବୋଲି ସେ କହିଛନ୍ତି । 

{"id":73084}

ଏବେ ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ରାହୁଲଙ୍କ ବାପା ମା । ତାଙ୍କୁ ସରକାରୀ ସ୍ତରରେ ସହାୟତା ମିଳିପାରିଲେ ସେ ସୁସ୍ଥ ହୋଇପାରନ୍ତେ । ପରିବାର ମୁହଁରୁ ଲିଭି ଯାଇଥିବା ହସ ପୁଣି ଲେଉଟି ଆସନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.