Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

କେରଳର ପ୍ରଭୁ ଆୟାପ୍ପାଙ୍କ ପୀଠରେ ପୁଣି ଉତ୍ତେଜନା

23/12/2018 at 5:08 PM

କେରଳ ୨୩|୧୨: କେରଳର ପ୍ରଭୁ ଆୟାପ୍ପାଙ୍କ ପୀଠରେ ଆଜି ପୁଣି ଦେଖାଦେଇଛି ଉତ୍ତେଜନା । ୫୦ ବର୍ଷରୁ କମ୍  କିଛି ମହିଳା ଭକ୍ତ ପୀଠକୁ ଯିବା ପାଇଁ ଉଦ୍ୟମ କରିବାରୁ  ଉତ୍ତେଜନା ସୃଷ୍ଟି ହୋଇଥିଲା । ମନ୍ଦିର ପରିସର ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ପାରମ୍ପରିକ ବନପଥ ଦେଇ ସେମାନେ ପର୍ବତାରୋହଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅନ୍ୟ ଭକ୍ତମାନେ ସେମାନଙ୍କ ବିରୋଧରେ ପ୍ରତିବାଦ ସ୍ୱରୂପ ନାମଜପ ଆରମ୍ଭ କରିବାରୁ ସେମାନେ ଆଗେଇ ପାରି ନଥିଲେ ।

ମନ୍ଦିରରେ ପ୍ରବେଶ କରିବା ପାଇଁ ଚେନ୍ନାଇର ଏକ ମହିଳା ସଂଗଠନ ମିଠାଇର ସଦସ୍ୟ ମାନେ ଗତକାଲି ରାତି ପ୍ରାୟ ୩ଟା ୩୦ରୁ ଅପେକ୍ଷା କରିଛନ୍ତି ।  ନିରାପତ୍ତା ପାଇଁ ପୋଲିସ ସେମାନଙ୍କୁ ଜଗି ରହିବା ସହିତ ଫେରିଯିବାକୁ ଅନୁରୋଧ କରିଛି । କିନ୍ତୁ ପ୍ରଭୁ ଆୟାପ୍ପାଙ୍କୁ ଦର୍ଶନ କରିବା ଜିଦ୍ ରେ ଅଡ଼ି ବସିଛନ୍ତି ସଂଗଠନର କର୍ମକର୍ତ୍ତା । କିଛି ମହିଳା ସଦସ୍ୟ କହିଛନ୍ତି ପାମ୍ବାସ୍ଥିତ ସ୍ଥାନୀୟ ପୁରୋହିତ ଆମକୁ ସାହାଯ୍ୟ କଲେ ନାହିଁ। ପ୍ରଥାନୁସାରେ, ଆମ ‘ଇରୁମୁଡିକେଟ୍ଟୁ’ ଦେବାକୁ ମନା କଲେ। ତେଣୁ ଆମେ ନିଜେ ତାହା ପ୍ରସ୍ତୁତ କଲୁ।ମନ୍ଦିରର ଗର୍ଭଗୃହକୁ ଯିବା ପାଇଁ ଥିବା ପାହାଚ ଚଢ଼ିବାବେଳେ ପାରମ୍ପରିକ ‘ଇରୁମୁଡିକେଟ୍ଟୁ’ ଧାରଣ କରିବା ବାଧ୍ୟତାମୂଳକ। ୧୧ ଜଣ ମହିଳାଙ୍କ ମଧ୍ୟରୁ ୬ ଜଣ ଏହା ଧାରଣ କରିଛନ୍ତି ।

   Related Posts