ମୋଦୀ ୨.୦ କ୍ୟାବିନେଟ୍: ୧୧ ମହିଳା, ୨୭ ଓବିସି ଓ ୧୨ ଏସସି, ଜାଣନ୍ତୁ କେମିତି ରହିବ ନରେନ୍ଦ୍ର ମୋଦୀଙ୍କ ନୂତନ ଟିମ୍

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୦୭।୦୭: ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ କାର୍ଯ୍ୟକାଳର ଆଜି ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି। ଆଜି ସନ୍ଧ୍ୟା ୬ଟାରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ନୂତନ ମନ୍ତ୍ରିମଣ୍ଡଳରେ ଅନେକ ନୂତନ ଚେହେରା ସାମିଲ କରାଯାଉଥିବା ବେଳେ ଅନେକ ବରିଷ୍ଠ ନେତାଙ୍କୁ ଛୁଟି ଦିଆଯାଇଛି। ମନ୍ତ୍ରିମଣ୍ଡଳରେ ଯୁବ ଚେହେରାଙ୍କୁ ପ୍ରାଥମିକତା ଦିଆଯାଉଛି। ମହିଳାଙ୍କ ଭାଗିଦାରୀ ମଧ୍ୟ ବଢାଯାଇଛି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି  ଜାତୀୟ ସମୀକରଣ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ଜ୍ୟୋତିରାରିତ୍ୟ ସିନ୍ଧିଆଙ୍କ ପରି ଯୁବ ଚେହେରାଙ୍କ କ୍ୟାବିନେଟ୍‌ରେ ପ୍ରାଥମିକତା ଦେଇଛନ୍ତି। ୧୪ ମନ୍ତ୍ରୀଙ୍କ ବୟସ ୫୦ ତଳେ ରହିଛି। ଏଥିରେ ୬ ଜଣ କ୍ୟାବିନେଟ୍ ପାହ୍ୟାର ଅଛନ୍ତି। ନୂତନ ମନ୍ତ୍ରିମଣ୍ଡଳର ମନ୍ତ୍ରୀଙ୍କ ହାରାହାରି ବୟସ ୫୮ ବର୍ଷ ବୟସ। ସୂତ୍ର ଅନୁଯାୟୀ, ମୋଦୀ ସରକାରର ନୂତନ କ୍ୟାବିନେଟରେ ସାତ ପିଏଚଡି, ତିନି ଏମବିଏ, ୧୩ ଆଇନଜୀବୀ, ଛଅ ଡାକ୍ତର, ପାଞ୍ଚ ଇଞ୍ଜିନିୟର, ସାତ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ମନ୍ତ୍ରିମଣ୍ଡଳରେ ୬୮ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ ରହିଛି। କ୍ୟାବିନେଟରେ ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ମଧ୍ୟରେ ଗୁରୁତ୍ଵାରୋପ କରାଯାଇଛି।

ଏଥର କ୍ୟାବିନେଟ୍‌ ମହିଳାଙ୍କ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ନୂତନ ମନ୍ତ୍ରିମଣ୍ଡଳରେ ରେକର୍ଡ ୧୧ ଜଣ ମହିଳା ମନ୍ତ୍ରୀ ହେବେ। ଏଥିରୁ ୨ ଜଣ କ୍ୟାବିନେଟ୍ ପାହ୍ୟାର ଅଛନ୍ତି। ଅନ୍ୟପଟେ ମୋଦୀ ସରକାର ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି ରେକର୍ଡ ୨୭ ଓବିସି ମନ୍ତ୍ରୀ କରାଯାଉଛି। ଏଥିରୁ ୫ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯିବ।  ମନ୍ତ୍ରିମଣ୍ଡଳରେ ୫ ସଂଖ୍ୟାଲଘୁ ମନ୍ତ୍ରୀ, ୧୨ ଏସସି ମନ୍ତ୍ରୀ ଓ ରେକର୍ଡ ୮ ଏସଟି ମନ୍ତ୍ରୀ ରହିବେ।

ଏହା ବ୍ୟତୀତ ନୂତନ ମନ୍ତ୍ରିମଣ୍ଡଳରେ ଅଭିଜ୍ଞତାକୁ ଧ୍ୟାନରେ ରଖାଯାଇଛି। ଏବେ କେନ୍ଦ୍ର ସରକାରରେ ଅଭିଜ୍ଞତାସଂପନ୍ନ ୪୬ ମନ୍ତ୍ରୀ ରହିବେ। ଏଥିରେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ୍। ୧୮ ଜଣ ଏମିତି ମନ୍ତ୍ରୀ ଅଛନ୍ତି ଯେଉଁମାନେ ପୂର୍ବରୁ ଅନେକ ରାଜ୍ୟରେ ଅନେକ ବିଭାଗରେ ମନ୍ତ୍ରୀ ରହି ସାରିଛନ୍ତି। କେବଳ ଏତିକି ନୁହେଁ ଦେଶର ପ୍ରାୟ ପ୍ରତ୍ୟେକ ଭାଗରୁ ପ୍ରତିନିଧିତ୍ଵ ଦେବାକୁ ଉଦ୍ୟମ କରାଯାଇଛି। ନୂତନ ମନ୍ତ୍ରିମଣ୍ଡଳରେ ୨୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମନ୍ତ୍ରୀ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.