ଆଜିଠୁ ସାରା ଦେଶରେ ୧୧ଟି ପରିବର୍ତ୍ତନ ଯାହା ଆପଣଙ୍କ ନିତିଦିନିଆ ଜୀବନ ଉପରେ ପକାଇବ ପ୍ରଭାବ, ଜାଣନ୍ତୁ ଏଗୁଡିକ କ’ଣ

Published By : Prameya-News7 Bureau | September 01, 2019 IST

ନୂଆଦିଲ୍ଲୀ ୧।୯: ଆଜିଠୁ ସାରା ଦେଶରେ ୧୧ଟି ପରିବର୍ତ୍ତନ ଯାହା ଆପଣଙ୍କ ପକେଟ ଉପରେ ସିଧା ବୋଝ ପକାଇବ । ଆପଣଙ୍କ ନିତିଦିନିଆ ଜୀବନ ଉପରେ ପ୍ରଭାବ ପକାଇବ ।

୧. ଗୋଟିଏ ବର୍ଷରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ୧କୋଟିରୁ ଅଧିକ ଟଙ୍କା ଉଠାଇଲେ ୨ପ୍ରତିଶତ ଟିଡିଏସ୍ ଦେବାକୁ ପଡିବ ।

୨. ଏସବିଆଇ, ପିଏନଭି ଭଳି ୮ଟି ବ୍ୟାଙ୍କ ରେପୋ ରେଟ୍ ଆଧାରରେ ଲୋନ୍ ପାଇଁ ପ୍ରସ୍ତାବ ଦେଇଛନ୍ତି । ଫଳରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ରେଟ୍ କମାଇଲେ ବା ବଢାଇଲେ ଏହାର ପ୍ରଭାବ ପଡିବ ସୁଧ ହାର ଉପରେ ।

୩. ଘର କିଣିଲେ ଟିଡିଏସ ଦେବାକୁ ପଡିବ । ଏବେ ଆପଣ କ୍ଲବ ମେମ୍ବରସିପ୍ ଏବଂ କାର ପାର୍କିଂ ସୁବିଧା ପାଇଁ ଦେଉଥିବା ଫିସ୍କୁ ପ୍ରପଟିର ଦାମ ସହ ଯୋଡି ଟିକସ ଛାଡ ପାଇପାରିବେ ନାହିଁ ।

୪. ଭୂକମ୍ପ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଏବଂ ଦଙ୍ଗାରେ ଯାନବାହନର କ୍ଷତି ଲାଗି ଆପଣ ବୀମା କରି ପାରିବେ । ଅନ୍ ଡ୍ୟାମେଜ୍ ଏବଂ ଥାର୍ଡ ପାର୍ଟି ବୀମା ଗୋଟିଏ ବୀମା କମ୍ପାନୀଠାରୁ ନେବା ବାଧ୍ୟତାମୂଳକ ନୁହେଁ ।

୫. ଘରର ମରାମତି ଲାଗି ଯଦି ଆପଣ କଣ୍ଟ୍ରାକ୍ଟର ବା ପ୍ରଫେସନାଲଙ୍କୁ ୫୦ଲକ୍ଷରୁ ଅଧିକ ପେମେଣ୍ଟ ଦେଉଛନ୍ତି ତେବେ ଏହା ଉପରେ ୫ପ୍ରତିଶତ ଟିଡିଏସ ଦେବାକୁ ପଡିବ ।

୬. ଯେଉଁମାନେ ଆଧାର ନମ୍ବରକୁ ପ୍ୟାନ୍ ସହ ଲିଙ୍କ କରିନାହାନ୍ତି ସେମାନଙ୍କ ପାଇଁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ନୂଆ ପ୍ୟାନ୍ ନମ୍ବର ଜାରି କରିବ ।

୭. ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି । ଟ୍ରାଫିକ ନିୟମ ଭାଙ୍ଗିଲେ ଏଣିକି ୧୦ଗୁଣା ପର୍ଯ୍ୟନ୍ତ ମୋଟା ଅଙ୍କର ଜରିମାନା ଭରିବାକୁ ପଡିବ ।

୮. ଇଣ୍ଡିଆନ ରେଲୱେ ଟିକେଟ୍ ବୁକିଂ ପୋର୍ଟାଲରୁ ଟିକେଟ୍ କଲେ ଏଣିକି ସର୍ଭିସ୍ ଚାର୍ଜ ଦେବାକୁ ପଡିବ ।

୯. ଯେଉଁମାନଙ୍କର ସର୍ଭିସ ଏବଂ ସେଣ୍ଟ୍ରାଲ ଏକ୍ସସାଇଜ୍ ଟାକ୍ସ ବାକି ରହିଛି ସେମାନଙ୍କୁ ଆଶ୍ବସ୍ତି ଦେବା ଲାଗି ଏକ ନୂଆ ସର୍ବକ୍ଷମା ସ୍କିମ୍ ଆସିଛି ।

୧୦. ଏବେ ଯାଏଁ ୫୦ହଜାର ଟଙ୍କାରୁ ଅଧିକ ଲେଣଦେଣ ଲାଗି ଆପଣଙ୍କ ବ୍ୟାଙ୍କ୍ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ସୂଚନା ଦେଉଥିଲା । ଏଣିକି ଏହାଠାରୁ କମ୍ ଲେଣଦେଣ ସଂପର୍କରେ ମଧ୍ୟ ବ୍ୟାଙ୍କଠାରୁ  ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ସୂଚନା ମାଗିପାରିବ ।

୧୧. ଯଦି ଜୀବନ ବୀମା ମାଚ୍ୟୁରିଟିରୁ ମିଳିଥିବା ଅର୍ଥ ଉପରେ ଟ୍ୟାକ୍ସ ଦେବାକୁ ପଡୁଛି ତେବେ ମୋଟ୍ ଆୟ ଉପରେ ୫ପ୍ରତିଶତ ଟିଡିଏସ ଦେବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.