ନୂଆ ଟ୍ରାଫିକ ଆଇନକୁ ୧୧ ରାଜ୍ୟଙ୍କ ବିରୋଧ, ନରମିଲେ ଗଡକରୀ

Published By : Prameya-News7 Bureau | September 13, 2019 IST

ନୂଆଦିଲ୍ଲୀ:  ସଂଶୋଧିତ ମୋଟରଯାନ ଆଇନ ୨୦୧୯କୁ ନେଇ ରାଜ୍ୟ ଓ କେନ୍ଦ୍ର ବିବାଦ ବଢିବାରେ ଲାଗିଛି।  ବିଜେପି ଶାସିତ ଗୁଜୁରାଟ ଓ ଉତ୍ତରାଖଣ୍ଡ ସରକାର ନୂଆ ଏମଭି ଆକ୍ଟର ଜରିମାନା ରାଶିକୁ ହ୍ରାସ କରିଥିବା ବେଳେ ରାଜସ୍ଥାନ ସରକାର ଆଇନର ୩୩ଟି ପ୍ରାବଧାନ ମଧ୍ୟରୁ ୧୭ଟିକୁ ବଦଳାଇ ଜରିମାନା ରାଶିକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। କେବଳ ଗୁଜରାଟ, ଉତ୍ତରାଖଣ୍ଡ କି ମଧ୍ୟପ୍ରଦେଶ ନୁହେଁ ବିଜେପି ଶାସିତ ଆଉ ୨ଟି ରାଜ୍ୟ କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟ ବିଚାର କରୁଥିବା ଜଣାପଡିଛି।

{"id":157087}

ତେବେ ଗୁଜରାଟ ଅନୁକରଣରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟଦୁରପ୍ପା ଜରିମାନା ରାଶି ହ୍ରାସ କରିବା ଲାଗି ନିର୍ଦ୍ଦେଶ ଜାରି କରିଦେଇଛନ୍ତି। ଏବେ ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଦିବାକର ରାଓତେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖି ଆଇନ ଉପରେ ଦ୍ୱିତୀୟବାର ବିଚାର କରିବା ଲାଗି ନିବେଦନ କରିଛନ୍ତି। ସେପଟେ କଂଗ୍ରେସ ଶାସିତ ମଧ୍ୟପ୍ରଦେଶ, ଛତିଶଗଡ ଓ ପଞ୍ଜାବ କେନ୍ଦ୍ର ଆଇନକୁ ରାଜ୍ୟରେ ସମ୍ପୂର୍ଣ୍ଣ ଲାଗୁ କରିବାକୁ ପ୍ରଥମରୁ ମନା କରିଦେଇଥିଲେ। ଏଣୁ ରାଜସ୍ଥାନ ସରକାର ମୋଟ ଆଇନରୁ ମାତ୍ର ୧୭ଟି ଲାଗୁ କରିଥିବା ବେଳେ ଜରିମାନା ପରିମାଣା ହ୍ରାସ କରିଦେଇଛନ୍ତି।

{"id":157088}

ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଆଇନ ଲାଗୁ କରିବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିବା ବେଳେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗହଲୋତ ଅନ୍ୟ ରାଜ୍ୟମାନଙ୍କୁ ଅନୁଧ୍ୟାନ କରିବା ପରେ ଆଇନ ନେଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି କହିଛି। ସେହିପରି ବିଜେପି ଶାସିତ ଗୋଆରେ ସଡକ ଅବସ୍ଥା ଭଲ ନଥିବାରୁ ସରକାର ନୂଆ ଆଇନ ଲାଗୁ କରି ନାହାନ୍ତି। ଏଥିଲାଗି ପ୍ରଥମେ ସଡକ ଅବସ୍ଥା ସୁଧାର କରାଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।

{"id":157091,"align":"center","width":419,"height":439}

ରାଜ୍ୟମାନଙ୍କର ବିରୋଧକୁ ଦେଖି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରି ମଧ୍ୟ ନରମୀ ଗଲେଣି। ଲୋକଙ୍କ ପ୍ରାଣ ରକ୍ଷା କରିବା କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ ଏଥିଲାଗି ରାଜ୍ୟ ସରକାରମାନେ ବି ଆଗ୍ରହୀ ହେବା ଦରକାର। ସରକାରମାନେ ଚାହିଁଲେ ଜରିମାନା ରାଶି ହ୍ରାସ କରିପାରନ୍ତି, ହେଲେ ଏହାର ପରିଣାମ ପାଇଁ ମଧ୍ୟ ସେମାନେ ଦାୟି ହେବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.