Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଚଳିତ ବର୍ଷ ପାଇଁ ଦିଆଯିବ ୧୧ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ୩୫ ଜଣଙ୍କୁ ଅର୍ଜୁନ୍‌ ପୁରସ୍କାର, ନାମ ସୁପାରିଶ କଲା କମିଟି

27/10/2021 at 7:44 PM

ନୂଆଦିଲ୍ଲୀ, ୨୭/୧୦: ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଚଳିତ ବର୍ଷ ୧୧ ଜଣ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରାଯାଇଛି । ଏଥି ମଧ୍ୟରେ ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ୍‌ ବିଜେତା ନୀରଜ ଚୋପ୍ରା, ସିଲ୍‌ଭର୍‌ ମେଡାଲ୍‌ ଆଣିଥିବା ରବି ଦହିଆଙ୍କ ନାମ ରହିଛି । ଏହାଛଡ଼ା କ୍ରିକେଟର ମିତାଲି ରାଜ, ବକ୍ସର ଲଭ୍‌ଲିନା, ପାରାଅଲିମ୍ପିକ୍‌ ଗୋଲ୍ଡ ବିଜେତା ପ୍ରମୋଦ ଭଗତଙ୍କ ନାମ ସହିତ ଅବନି ଲେଖରାଙ୍କ ନାମ ମଧ୍ୟ ସୁପାରିଶ କରାଯାଇଛି । ଶିଖର ଧୱନ, ଶରଦ କୁମାର, ସୁହାସ ଅଲ୍‌ୱାଇ ଆଦି କ୍ରୀଡ଼ାବିତ୍‌ଙ୍କ ନାମ ଅର୍ଜୁନ୍‌ ଆୱାର୍ଡ ପାଇଁ ସୁପାରିଶ କରାଯାଇଛି ।

ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିଶ ନାମ …

୧. ନୀରଜ ଚୋପ୍ରା (ଆଥଲେଟିକ୍ସ)

୨. ରବି ଦହିୟା (କୁସ୍ତି)

୩. ପିଆର୍‌ ଶ୍ରୀଜେଶ (ହକି)

୪. ଲଭଲିନା ବୋର୍ଗୋହେନ୍ (ବକ୍ସିଂ)

୫. ସୁନୀଲ ଛେତ୍ରୀ (ଫୁଟବଲ୍)

୬. ମିତାଲି ରାଜ (କ୍ରିକେଟ୍)

୭. ପ୍ରମୋଦ ଭାଗବତ (ବ୍ୟାଡମିଣ୍ଟନ୍)

୮. ସୁମିତ ଆଣ୍ଟିଲ (ଆଥଲେଟିକ୍ସ)

୯. ଅବନୀ ଲେଖରା (ଶୁଟିଂ)

୧୦. କୃଷ୍ଣ ନାଗର (ବ୍ୟାଡମିଣ୍ଟନ୍)

୧୧. ମନୀଷ ନରୱାଲ (ଶୁଟିଂ)

ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ ନାମ:

୧. ଯୋଗେଶ କାଥୁରିଆ

୨• ନିଶାଦ କୁମାର

୩• ପ୍ରବୀଣ କୁମାର

୪• ଶରଦ କୁମାର

୫• ସୁହାସ୍ ଏଲ୍‌ୱାଇ

୬• ସିଂରାଜ ଆଦାନା

୭• ଭବୀନା ପଟେଲ

୮• ହରବିନ୍ଦର ସିଂ

୯• ଶିଖର ଧାୱନ

୧୦• ପୁରୁଷ ହକି ଦଳର ସମସ୍ତ ଖେଳାଳି (ଶ୍ରୀଜେଶଙ୍କ ବ୍ୟତୀତ ସେ ଖେଳ ରତ୍ନ ପାଇଁ ମନୋନୀତ ହୋଇଛନ୍ତି)

ଖେଳରତ୍ନ ଏବଂ ଅର୍ଜୁନ ପରୁସ୍କାର ପାଇଁ ଏହି ଉଲ୍ଲେଖନୀୟ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରିଛି ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ କମିଟି । ଏହି କମିଟି ଖେଳରତ୍ନ ପାଇଁ ମୋଟ ୧୧ ଜଣଙ୍କ ନାମ ସୁପାରିଶ କରିଥିବା ବେଳେ ୩୫ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଛି ।

   Related Posts