Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜମିଜମା ମାମଲାକୁ ନେଇ ୧୧ ଜଣ ଖଣ୍ଡିଆଖାବରା, ସମସ୍ତେ ହସ୍ପିଟାଲରେ ଭର୍ତ୍ତି

14/08/2020 at 7:08 AM

ନୀଳଗିରି୧୩/୮:  ଜମିଜମା ମାମଲାକୁ ନେଇ ୨ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ। ଏହି ଘଟଣାରେ ଗୁରୁତର ଅବସ୍ଥାରେ ୧୧ ଜଣ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଗୁହାଳିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ,  ନୀଳଗିରି ଥାନା ଅଧିନ ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଗୁହାଳିଆ ଗ୍ରାମର ଦୁଇଭାଇ ରମାକାନ୍ତ ବାରିକ ଏବଂ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସହ ସେହିଗ୍ରାମର ଶ୍ରୀକାନ୍ତ ବାରିକଙ୍କର ଜମିଜମାକୁ ନେଇ ବିବାଦ ଲାଗିଥିଲା। ଗତକାଲି ଏହି କଳି ଉଗ୍ରରୂପ ଧାରଣ କରିଥିଲା। ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ଠେଲାପେଲା ଆରମ୍ଭ ହୋଇଯାଇଥିଲା।

ଶ୍ରୀକାନ୍ତ ବାରିକ ଓ ତାଙ୍କ ଭାଇ ଲଷ୍ମୀଧର ଓରଫ ଜଡ଼ା ସମେତ ପୁଅ ମାନଙ୍କ ସହ ମିଶି ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ରମାକାନ୍ତ ବାରିକ ଓ ତାଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ।ଫଳରେ ରମାକାନ୍ତ ଓ ତାଙ୍କ ସ୍ତ୍ରୀ ବିନତୀ, ପୁଅ ରବିନାରାୟଣ ଓ ଚାରିବର୍ଷିୟ ପୁଅ ହରେକୃଷ୍ଣ ,ପୁତୁରା ଜୟ ଜବାନ ଓ ଜୟ କିଷାନ,ଭାଉଜ ଶାନ୍ତିଲତା ଙ୍କୁ ଆକ୍ରମଣ କରିବାରୁ ସମସ୍ତେ ଗୁରୁତର ହୋଇଛନ୍ତି।

ସେମାନେ ଜୀବନ ବଞ୍ଚାଇବାକୁ ଯାଇ ମଧ୍ୟ ପାଲଟା ଆକ୍ରମଣ କରିବାରୁ ଶ୍ରୀକାନ୍ତ ବାରିକ ଓ ତାଙ୍କ ସ୍ତ୍ରୀ ଆରତୀ, ପୁଅ ଜୟକୃଷ୍ଣ, ରାଧାକୃଷ୍ଣ, ଭାଇ ଲଷ୍ମୀଧର ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟ ପରିବାରରୁ ୧୧ ଜଣ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିବାବେଳେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

   Related Posts