Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ମାତ୍ର ୧୧ ସେକେଣ୍ଡରେ ବଞ୍ଚାଇଦେଲେ ମହିଳାଙ୍କ ଜୀବନ: କାର୍ ତଳେ ରହି ଯାଇଥିଲେ, ତ୍ରାଣକର୍ତ୍ତା ସାଜିଲେ ଡେଲିଭରୀ ବୟ, ଭିଡିଓ ଦେଖିଲେ କରିବେ ସାଲ୍ୟୁଟ୍

23/07/2020 at 5:25 PM

ବେଜିଂ, ୨୩|୦୭: ଡେଲିଭରୀ ବଞ୍ଚାଇଲେ ମହିଳାଙ୍କ ଜୀବନ । ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ କିଛି ଡେଲିଭରୀ ବୟ । ଏପରି ଏକ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୂର୍ବ ଚୀନର ହ୍ୟାଙ୍ଗଝୋଉ ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି । ଏହାର ଭିଡିଓ ପିପୁଲ୍ସ ଡେଲୀରେ ପ୍ରକାଶ ପାଇଛି ।

 ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ବାଇକ ଆରୋହୀଙ୍କୁ ଏକ କାର୍ ଧକ୍କା ଦେଇଥିଲା ।  ସେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିଲେ । ଏପରିକି ସେ କାର୍ ଚକା ତଳେ ମଧ୍ୟ ରହିଯାଇଥିଲେ । ସେହି ସମୟରେ କିଛି ଡେଲିଭରୀ ବୟ ସେଠାରେ ପହଁଚି କାରକୁ ଉଠାଇ ଗୁରୁତର ମହିଳାଙ୍କୁ ଉଦ୍ଧାର କରିଥିଲେ । ଫଳରେ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା ।

ମାତ୍ର ୧୧ ସେକେଣ୍ଡରେ ଡେଲିଭରୀ ବୟମାନେ ମହିଳାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ଭିଡିଓ ପୋଷ୍ଟ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜରମାନେ ଡେଲିଭରୀ ବୟଙ୍କୁ ସାବାସୀ ଜଣାଇବା ସହ ପ୍ରଶଂସା କରିଛନ୍ତି ।

ଏବେସୁଦ୍ଧା ଭିଡିଓକୁ ୨୭ ହଜାର ଜଣ ଦେଖିସାରିଥିବା ବେଳେ ଡେଲିଭରୀ ବୟମାନେ ମାନବିକତାର ପରିଚୟ ଦେଇଥିବା ଅେକ ୟୁଜର କହିଛନ୍ତି ।  

   Related Posts