Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଦୁଷ୍କର୍ମ ଦେଶ, ପାକିସ୍ତାନରେ ପ୍ରତିଦିନ ୧୧ ଜଣ ହେଉଛନ୍ତି ଦୁଷ୍କର୍ମର ଶିକାର

15/11/2020 at 9:59 PM

ଇସଲାମାବାଦ ୧୫/୧୧ : ଦେଶର ନାଁ ଦୁଷ୍କର୍ମ ଦେଶ । ପାକିସ୍ତାନରେ ପ୍ରତିଦିନ ୧୧ଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ଗତ ୬ ବର୍ଷ ମଧ୍ୟରେ ପାକିସ୍ତାନରେ ପାଖାପାଖି ୨୨ ହଜାର ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ୨୨ ହଜାର ମାମଲାରୁ ମାତ୍ର ୭୭ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅର୍ଥାତ ମୋଟ ଘଟଣାର ମାତ୍ର ୦.୩ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଏହି ପରିସଂଖ୍ୟାନ ପାକିସ୍ତାନ ପୋଲିସ, ପାକିସ୍ତାନ ନ୍ୟାୟିକ କମିସନର, ହ୍ୟୁମାନ ରାଇଟ୍ସ କମିସନ ଅଫ୍ ପାକିସ୍ତାନ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ପ୍ରକାଶ ପାଇଛି । ଏକ ନ୍ୟୁଜ ଏଜେନ୍ସିକୁ ମିଳିଥିବା ତଥ୍ୟ ଅନୁଯାୟୀ ସାମାଜିକ ଚାପ ଏବଂ ଢିଲା ଆଇନ ବ୍ୟବସ୍ଥା ଯୋଗୁଁ ମାତ୍ର ୪୧ ପ୍ରତିଶତ ଦୁଷ୍କର୍ମ ଘଟଣା ପୋଲିସ ନିକଟକୁ ଯାଉଛି । ୨୦୧୫ ପର୍ଯ୍ୟନ୍ତ ମୋଟ ୨୨୦୩୭ ଦୁଷ୍କର୍ମ ମାମଲା ଥାନାରେ ରୁଜୁ ହୋଇଛି ଯେଉଁଥିରୁ ୪୦୬୦ ମାମଲା କୋର୍ଟରେ ବିଚାରଧୀନ ରହିଛି ଏବଂ ମାତ୍ର ୭୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ପୋଲିସ କହିବା ମୁତାବକ ୫୦ ପ୍ରତିଶତ ଦୁଷ୍କର୍ମ ମାମଲା ଥାନାରେ ରୁଜୁ ହୋଇଛି କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏହି ସଂଖ୍ୟା ୬୦ହଜାରରୁ ଉର୍ଦ୍ଧ୍ବ । କେବଳ ଏତିକି ନୁହେଁ , ୨୭୨୭ ଚାଲାଣ ଅର୍ଥାତ ମୋଟ ଦୁଷ୍କର୍ମ ଘଟଣାର ୧୨ ପ୍ରତିଶତ କୋର୍ଟରେ ଫାଇଲ କରାଯାଇଛି ଯେଉଁଥିରୁ ୧୨୭୪(୫%) ମାମଲାର ଶୁଣାଣି ଶେଷ ହୋଇଛି ଏବଂ ୧୧୯୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଗତ ୬ ବର୍ଷ ମଧ୍ୟରେ କେବଳ ପାକିସ୍ତାନର ପଞ୍ଜାବରେ ୧୮ ହଜାର ୬୦୯ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସେହିପରି ସିନ୍ଧରେ ୧୮୭୩, କେପିରେ ୧୧୮୩, ବାଲୋଚିସ୍ଥାନରେ ୧୨୯, ଇସଲାମାବାଦରେ ୨୧୦ ଏବଂ ପାକ ଅଧିକୃତ କାଶ୍ମୀରରେ ୩୧ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।

   Related Posts