୧୧ ପ୍ରସ୍ତାବକୁ କ୍ୟାବିନେଟ ମୋହର ; ଗାଡି କିଣା ଉପରେ କମିଲା୨୦ ପ୍ରତିଶତ ଟିକସ

Published By : Prameya-News7 Bureau | July 21, 2018 IST

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ଆଜି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ମୋଟରଯାନ ଅଇନ ସଂଶୋଧନକୁ ମଜୁରୀ ମିଳିଲା । ଗାଡି କିଣା ଉପରେ ଟିକସ ଦ୍ରାସକୁ ଅନୁମୋଦନ କରିଛି କ୍ୟାବିନେଟ । ୪୦ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ ପାଇଲା ଟିକସ । ଗାଡିର ମୁଲ୍ୟ ଅନୁସାରେ ଆଦାୟ ହେବ ଟିକସ । ୩ଟି ସ୍ଲାବରେ ଆଦାୟ ହେବ ଟିକସ । ୫ରୁ ୧୦ ଲକ୍ଷ ଟଙ୍କାର ଗାଡି ମୁଲ୍ୟ ଉପରେ ୮ ପ୍ରତିଶତ ଟିକସ ଆଦାୟ କରାଯିବ । ୧୦ ଲକ୍ଷରୁ ଉର୍ଦ୍ଦ ଗାଡି ମୁଲ୍ୟ ଉପରେ ୧୦ ପ୍ରତିଶତ ଟିକସ ଆଦାୟ ହେବ । ୫ ଲକ୍ଷର କମ ମୁଲ୍ୟର ଗାଡି ଉପରେ ୫ ପ୍ରତିଶତ ଆଦାୟ ହେବ । ଲେବର ସର୍ଭିସ କ୍ୟାଡରରେ ସଂଶୋଧନ ହୋଇଛି । ଏଣିକି ବ୍ଲକ ଓ ମୁନସିପାଲଟି ସ୍ତରରେ ଆସିଷ୍ଟାଣ୍ଟ ଓ ଲେବର ଅଫିସର ରହିବେ । ରାଜ୍ୟରେ ମୋଟ ୪୩୯ ଜଣଙ୍କୁ ନିଯୁକ୍ତି ମିଳିବ । ଜିଲ୍ଲାସ୍ତରରେ ୨ ଜଣ ଓ ଡିଭଇଜନ ସ୍ତରରେ ଜଣେ ଅଫିସର ରହିବେ । ଆଇଟି ଷ୍ଟାଟଅପ ଲାଗି ଅଫିସ ଘର ଭଡା କମ ଟଙ୍କା ଦେବେ ସରକାର ।୬ଟି ବିଲିଡିଙ୍ଗରେ ବର୍ଗପୁଟ ୨୦ ଟଙ୍କା ହିସାବରେ ଦେବେ ଅଫିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.