ଦୀପକ ଚହରଙ୍କ ଇଚ୍ଛା, ପଡିଆରେ ରୁହନ୍ତୁ ଜାଡେଜାଙ୍କ ପରି ୧୧ ଖେଳାଳି

Published By : Prameya-News7 Bureau | April 17, 2021 IST

ଚେନ୍ନାଇ ୧୭।୦୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ରେ ପଞ୍ଜାବ କିଙ୍ଗ୍ସର ବିସ୍ଫୋରକ ବ୍ୟାଟିଂ ଅର୍ଡରକୁ ଧ୍ଵସ୍ତ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସର ଦ୍ରୁତ ବୋଲର ଦୀପକ ଚହର ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଚହର ଜାଡେଜାଙ୍କୁ ବିଶ୍ଵର ଶ୍ରେଷ୍ଠ ଫିଲ୍‌ଡର କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ପଡିଆରେ ସେ ଜାଡେଜାଙ୍କ ପରି ୧୧ ଖେଳାଳି ଚାହାନ୍ତି।

ଜାଡେଜା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ କେଏଲ ରାହୁଲଙ୍କୁ ସିଧାସଳଖ ଥ୍ରୋରେ ରନ୍‌ଆଉଟ୍ କରିଥିଲେ। ଏହା ପରେ ଡ୍ରାଇଭ୍ ମାରି କ୍ରିସ୍ ଗେଲ୍‌ଙ୍କ ଚମତ୍କାର କ୍ୟାଚ୍‌ ଧରିଥିଲେ। ଭାରତର ତାରକା ଅଲରାଉଣ୍ଡରଙ୍କ ଫିଲ୍ଡିଂରେ ପ୍ରଭାବିତ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ ଜାଡେଜାଙ୍କୁ ନିଜର ପ୍ରିୟ ବିଦେଶୀ ଖେଳାଳି ଦର୍ଶାଇଥିଲେ।

{"id":439909,"sizeSlug":"large","linkDestination":"none"}

ମ୍ୟାଚ୍‌ ପରେ ଦୀପକ ଚହର କହିଛନ୍ତି ଯେ, ଜାଡେଜା ବିଶ୍ଵର ଶ୍ରେଷ୍ଠ ଫିଲ୍‌ଡରଙ୍କ ମଧ୍ୟରୁ ଜଣେ। ମୋ ବୋଲିଂରେ ସେ ଅନେକ କ୍ୟାଚ୍ ଧରିଛନ୍ତି। ତେଣୁ ମୁଁ ପଡିଆରେ ୧୧ ଜାଡୁ ଚାହୁଁଛି। ପ୍ରଥମ ଓଭରରେ ଯେବେ ବଲ୍ ଋତୁରାଜ ଗାଏକୋଓ୍ଵାଡଙ୍କ ପାଖକୁ ଯାଇଥିଲା, ତାହା ବହୁତ ଦ୍ରୁତ ଥିଲା। ଏହି ବଲ୍‌କୁ କେବଳ ଜାଡେଜା ହିଁ  ଧରି ପାରିଥାନ୍ତେ। ମୋତେ ଲାଗିଥିଲା ଯେ, ଜାଡେଜା ଯଦି ସେଠାରେ ଫିଲ୍ଡିଂ କରିଥାନ୍ତେ।

ଜାଡେଜା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାରେ ନିଜର ଫିଲ୍ଡିଂରେ ସମସ୍ତ ହୃଦୟ ଜିତିଛନ୍ତି। ପଞ୍ଜାବ ଇନିଂସର ତୃତୀୟ ଓଭରର ପଞ୍ଚମ ବଲ୍‌ରେ ଯେବେ ପଞ୍ଜାବର ସ୍କୋର ୧୫ ରନ ଥିଲା, ଜାଡେଜାଙ୍କ ଏକ ଚତ୍ମକାର ଥ୍ରୋରେ କେଏଲ ରାହୁଲ ରନଆଉଟ୍ ହୋଇଥିଲେ। ଏହା ପରେ ଜାଡେଜା ଦମଦାର ଡ୍ରାଇଭ୍ ମାରି ପଞ୍ଜାବ କିଙ୍ଗ୍ସର ବିପଦଜ୍ଜନକ ବ୍ୟାଟସମ୍ୟାନ କ୍ରିସ୍ ଗେଲ୍‌ଙ୍କ କ୍ୟାଚ୍ ଧରିଥିଲେ। ଗେଲ୍‌ଙ୍କ ଆଉଟ୍ ପରେ ପଞ୍ଜାବ ବ୍ୟାଟିଂ  ବିପର୍ଯ୍ୟୟ ଭୋଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.