ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଘର ଓ ଜମି ଦେଇଥିବା ୧୧ ଜଣଙ୍କୁ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ
23/10/2019 at 9:30 PM

ଭୁବନେଶ୍ୱର ୨୩।୧୦- ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଘର ଓ ଜମି ଦେଇଥିବା ୧୧ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଅବସରରେ ଓଡିଶାବାସୀ ସେମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ସେ ବହୁତ ଖୁସୀ ବୋଲି ସୂଚନା ଦେଇଛନ୍ତି ।
ଚନ୍ଦ୍ରକାନ୍ତ ଦାସ, କୁମୁଦନୀ ଗୁରୁ, ରମାଦେବୀ ଶର୍ମା, ପୂର୍ଣ୍ଣଚନ୍ଦ୍ର ମହାନ୍ତି , ବ୍ରଜକିଶୋର ପଣ୍ଡା , ଗଦାଧର ପାଢୀ , କଳିଯୁଗ ଗୋପାଳ ଚନ୍ଦ୍ର ପ୍ରତିହାରୀ ରାଜକିଶୋର ସାହୁ ଓ ଶଶୀ ଭୂଷଣ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021