ବାୟୁସେନା ପୋଷାକ ପିନ୍ଧି ବିମାନବନ୍ଦର ନିକଟରେ କରୁଥିଲେ ପାଟ୍ରୋଲିଂ, ୧୧ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | November 18, 2020 IST

ଗୌହାଟୀ ୧୮।୧୧: ଗୌହାଟୀ ସ୍ଥିତ ଲୋକପ୍ରିୟ ଗୋପିନାଥ ବାରଦୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ମଙ୍ଗଳାବାର ଦିନ ବାୟୁସେନା କର୍ମଚାରୀଙ୍କ ପୋଷାକରେ ବୁଲୁଥିବା ପ୍ରାୟ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏ ନେଇ ପୋଲିସ ସୂଚନା ଦେଇଛି । ପୋଲିସର ସୂଚନା ଅନୁସାରେ ଅଜାରା ଥାନା ପୋଲିସ ଏମାନଙ୍କୁ ଏୟାରପୋର୍ଟ ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ପାଇଥିଲା ।

ଗୌହାଟୀ ପୋଲିସର ଅତିରିକ୍ତ ଡେପୁଟି କମିଶନର (ପଶ୍ଚିମ) କହିଛନ୍ତି ଯେ, ତାଙ୍କ ଚାଲି ଚଳନରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ସେମାନଙ୍କୁ ଧରି ପୋଲିସ ଥାନାକୁ ଅଣାଯାଇଥିଲା । ପରେ ସମସ୍ତେ ବାୟୁସେନା କର୍ମଚାରୀଙ୍କ ପୋଷାକରେ ଥିବା ଜଣାପଡିଥିଲା । ସେମାନଙ୍କ ନିକଟରୁ କାର୍ ଏବଂ ବାଇକ୍ ଜବତ ହୋଇଛି ।

ସେମାନଙ୍କ ମଧ୍ୟରୁ ଜଣେ ଭୋପାଳର ବିଡିଏସ ଛାତ୍ର ଅଛନ୍ତି । ସେ ଅନ୍ୟ ୧୦ ଜଣଙ୍କୁ ବାୟୁସେନାର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଜାଲ ନିଯୁକ୍ତି ପତ୍ର ଏବଂ ପରିଚୟ ପତ୍ର ଦେଇଥିଲେ । ସମସ୍ତଙ୍କୁ ପାଟ୍ରୋଲିଂ ପାଇଁ ବିମାନବନ୍ଦରକୁ ଅଣାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.