Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ରାଜ୍ୟରେ ରଜନୀଗନ୍ଧା, ବିମଲ ସମେତ ୧୧ ପାନ ମସାଲା ଉପରେ ଲାଗିଲା କଟକଣା

31/05/2021 at 9:55 PM

ରାଞ୍ଚି ୩୧।୦୫: ଝାଡଖଣ୍ଡରେ ରାଜ୍ୟ ସରକାର ରଜନୀଗନ୍ଧା, ପାନ ପରାଗ ସମେତ ୧୧ ପାନ ମସଲା ଉପରେ ଲଗାଇଥିବା କଟକଣାକୁ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆୟୋଗ ଅରୁଣ କୁମାରଙ୍କ ପକ୍ଷରୁ ଜାରି ଆଦେଶ ମୁତାବକ ଏହି ପାନ ମସାଲାରେ ମ୍ୟାଗ୍ନେସିୟମ କାର୍ବୋନେଟ୍ ମାତ୍ରା ଅଧିକ ମିଳିଛି। ଏଥିରେ ହୃଦଘାତ ଜନିତ ବିପଦ ବଢିବାର ଅଧିକ ସମ୍ଭାବନା ରହିଛି।

ଝାଡଖଣ୍ଡରେ ୧୧ ପାନ ମସାଲା ଉପରେ ୨୦୨୦ ମେ ୮ରେ କଟକଣା ଲାଗିଥିଲା। ଏବେ କଟକଣା ଅବଧିକୁ ଆଉ ଗୋଟିଏ ବର୍ଷ ବଢାଇ ଦିଆଯାଇଛି। ଯଦି ଏହାର ଉଲ୍ଲଂଘନ କରି ପାନ ମସାଲା ବିକ୍ରି କରାଯାଏ ତେବେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ଅରୁଣ କୁମାର କହିଛନ୍ତି।

ଆଦେଶରେ କୁହାଯାଇଛି, ୨୦୧୯-୨୦ରେ ରାଜ୍ୟରେ ଅଲଗା ଅଲଗା ଜିଲ୍ଲାରେ ୪୧ ପ୍ରକାରର ପାନ ମସାଲାର ନମୁନା ସଂଗ୍ରହ କରାଯାଇଥିଲା। ଯାଞ୍ଚରେ ଅନେକ ପାନ ମସଲାରେ ମାଗ୍ନେସିୟମ କାର୍ବୋନେଟ୍ ମାତ୍ରା ମିଳିଥିଲା। ଏହା ପରେ ଏସବୁ ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର।

ଯେଉଁ ପାନ ମସାଲା ଉପରେ କଟକଣା ଲଗାଯାଇଛି, ସେଥିରେ ପାନ ପରାଗ, ଶିଖର ପାନ ମସାଲା, ରଜନୀଗନ୍ଧା, ଦିଲରୁବା, ରାଜ ନିବାସ ପାନ ମସାଲା, ମୁସାଫିର, ବିମଲ, ବହାର, ସେହରତ ଓ ପାନ ପରାଗ ପ୍ରିମିୟମ ପାନ ମସାଲା ସାମିଲ।

   Related Posts