Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ: ମୃତ୍ୟୁର କାରଣ ଅସ୍ପଷ୍ଟ, ତଦନ୍ତ ଜାରି

9/08/2020 at 3:23 PM

ଯୋଧପୁର ୦୯/୦୮ : ରାଜସ୍ଥାନ ଯୋଧପୁର ଜିଲ୍ଲାରୁ ଏକ ବଡ ଖବର ଆସିଛି | ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି | ଘଟଣାରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି | ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ଟେର ପାଉନି | ସୂଚନା ପାଇ ଘଟଣାସ୍ଥଳରେ ଅଧିକାରୀ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି |

ମାମଲା ଦିସୁ ଥାନା ଅନ୍ତର୍ଗତ ଲୋଦତା ଗାଁର | ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡିନାହିଁ | କିନ୍ତୁ ପ୍ରାଥମିକ ତଦନ୍ତରୁ ବିଷାକ୍ତ ଗ୍ୟାସ କିମ୍ବା କୌଣସି ବିଷାକ୍ତ ପଦାର୍ଥ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି | ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି | ପୋଲିସ କହିଛି ଯେ ପରିବାର ପାକ ବିସ୍ଥାପିତ ଏବଂ ଏଠାରେ ରହୁଥିଲେ | କୌଣସି ବିଷାକ୍ତ ପଦାର୍ଥ ଯୋଗୁଁ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଥାନା ଅଧିକାରୀ ଆଶଙ୍କା କରିଛନ୍ତି | ମୃତକଙ୍କ ମଧ୍ୟରେ ୬ ବ୍ୟକ୍ତି ଓ ୫ ଶିଶୁ ଅଛନ୍ତି |

ମିଳିଥିବା ସୂଚନା ଅନୁଯାୟୀ, ଏହି ପରିବାର ଜଣେ ଭଉଣୀ ଯିଏ ପେସାରେ ନର୍ସ ସେ ନିଜ ଭାଇକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ | ରାକ୍ଷୀ ପରଠାରୁ ସେ ମଧ୍ୟ ତାଙ୍କ ସହିତ ରହୁଥିଲେ | କିଛି ଲୋକ କହୁଛନ୍ତି ଯେ, ଭଉଣୀ ପ୍ରଥମେ ସମସ୍ତଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ପରେ ନିଜେ ଇଞ୍ଜେକ୍ସନ ନେଇଥିବ, ଯେଉଁଥିପାଇଁ ସମସ୍ତଙ୍କର ମୃତ୍ୟୁ ହୋଇଛି | 

ପୋଲିସ ଯାଞ୍ଚରୁ ଜଣାପଡିଛି ଯେ ପରିବାରରେ ୧୧ ଜଣ ସଦସ୍ୟ ଥିଲେ | ଭଉଣୀ ଆସି ରହିବା ପରେ ୧୨ ଜଣ ହୋଇଥିଲେ କିନ୍ତୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି | ପରିବାରର ଜଣେ ସଦସ୍ୟ କ୍ଷେତରେ ନଳକୂପ ଆଡକୁ ଯାଇଥିଲା | ରାତିରେ ନିଦ ଲାଗିବାରୁ ସେ ସେଠାରେ ଶୋଇପଡିଥିବା କହିଛି | ସକାଳେ ସେ ଆସି ଦେଖିଲାବେଳେ ପୁରା ପରିବାର ସବୁଦିନ ପାଇଁ ଶୋଇପଡିଛି | ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି |

   Related Posts