୩୬ଟି ନିଗମରୁ କ୍ଷତିରେ ଚାଲିଛି ୧୧ ନିଗମ, ସର୍ବାଧିକ କ୍ଷତି ତାଲିକାରେ ଓଆରଏଚଡିସି, ଓଏସଏଫସି ଏବଂ ଗ୍ରୀଡକୋ

Published By : Prameya-News7 Bureau | November 16, 2019 IST

ଭୁବନେଶ୍ବର୧୬|୧୧: ରାଜ୍ୟ ସରକାରଙ୍କ ସମୁଦାୟ ୩୬ଟି ନିଗମ ଏବଂ ଉଦ୍ୟୋଗ(ପିଏସୟୁ) ମଧ୍ୟରୁ ୧୧ଟି ବ୍ୟାପକ କ୍ଷତିରେ ଚାଲୁଛି । ଓଡିଶା ରାଜ୍ୟ ଅର୍ଥ ନିଗମ, ଗ୍ରୀଡ କର୍ପୋରେଶନ ଅଫ ଓଡିଶା ଆଦି ସଂସ୍ଥାଗୁଡିକ ସର୍ବାଧିକ କ୍ଷତି କରୁଥିବା ଆଜି ବିଭାଗୀୟ ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ତେବେ ଗୋଟିଏ ଶୁଭ ସୂଚନା ହେଉଛି ଯେ, ଏହି ୩୬ଟି ନିଗମ ମଧ୍ୟରୁ ୨୪ଟି ନିଗମ ଲାଭ କରୁଛି । ଗୋଟିଏ ନିଗମ ଲାଭ ନାହିଁ କି କ୍ଷତି ନାହିଁ ଭିତ୍ତିରେ ଚାଲିଛି ।

{"id":185319,"sizeSlug":"large"}

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା  କହିଛନ୍ତି ଯେ,  ଗ୍ରୀଡକୋ ୧୬୦.୭୩ କୋଟି ଟଙ୍କା କ୍ଷତିରେ ଚାଲୁଥିବାବେଳେ ଇଡିକଲ ୭୦.୮୩ କୋଟି କ୍ଷତି କରିସାରିଲାଣି ।ସେହିଭଳି ରାଜ୍ୟ ଅର୍ଥନିଗମ(୪୭୧ କୋଟି ୫୫ଲକ୍ଷ ଟଙ୍କା), କଳିଙ୍ଗ ଆଇରନ ୱାର୍କ(୧୬୨.୮୨କୋଟି ଟଙ୍କା) କୋଣାର୍କ ଝୋଟ ଲିଃ(୩୮.୧୫କୋଟି ଟଙ୍କା), ଓଡିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (୫୭୬.୪୭କୋଟି), କଳିଙ୍ଗ ଷ୍ଟିଡିଓ୨୪.୬୯ ଲକ୍ଷ ଟଙ୍କା), ଓଡିଶା ମତ୍ସ୍ୟ ଉନ୍ନୟନ ନିଗମ(୨୩.୮୯ଲକ୍ଷ ଟଙ୍କା)ଓଡିଶା ପଣ୍ୟାଗାର ନିଗମ(୧୨୧.୩୧କୋଟ ଟଙ୍କା) ଓଡିଶା କୋଲ ଆଣ୍ଡ ପାୱାର ଜେନେରେସନ କର୍ପୋରେସନ(୨୮୦.୯୪ ଲକ୍ଷ ଟଙ୍କା) ଏବଂ ୱାଟକୋ (୩୪.୩୬ ଲକ୍ଷ ଟଙ୍କା) କ୍ଷତି କରିଛନ୍ତି ।

{"id":185320,"sizeSlug":"large"}

ଅପରପକ୍ଷରେ ଅନ୍ୟ ୨୪ଟି ନିଗମ ଲାଭ କରୁଛି । ଏଥି ମଧ୍ୟରୁ ଓଡିଶା ଖଣି ନିଗମ ସର୍ବାଧିକ ୧୨୫୯କୋଟି ୫୯ ଲକ୍ଷ ଟଙ୍କାର ଲାଭ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । 

{"id":185322,"sizeSlug":"large"}

ଅନ୍ୟ ଲାଭକାରୀ ନିଗମ ଓ ଉଦ୍ୟୋଗ ଗୁଡିକ ହେଲା – ଓଡିଶା କୃଷି ଉଦ୍ୟୋଗ ନିଗମ, ଓଡିଶା ବିହନ ନିଗମ, ଓଡିଶା କାଜୁ ନିଗମ, ଆପିକଲ, ଓଡିଶା ଇଡକଲ ସଫ୍ଟୱେର ଲିମିଟେଡ,  ଓଡିଶା ଜଙ୍ଗଲ ଉନ୍ନୟନ ନିଗମ,  ଓଡିଶା ନିର୍ମାଣ ନିଗମ, ଓଡିଶା ବ୍ରିଜ୍‌ ନିର୍ମାଣ ନିଗମ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡିଶା ପାୱାର ଜେନେରେସନ କର୍ପୋରେଶନ,  ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ, ଇପିକଲ, ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେଶନ, ଓଡିଶା କ୍ଷୁଦ୍ରଶିଳ୍ପ ନିଗମ, ଓଡିଶା ଉଠାଜଳସେଚନ ନିଗମ, ଓଡିଶା ରାଜ୍ୟ ମଦ ନିଗମ, ଇଡିକଲ ଫେରୋକ୍ରମ ଆଣ୍ଡ ଆଲୟଜ ଲିମିଟେଡ, ଆଇଡିସି, ଓଡିଶା ଓଷଧ ନିଗମ, ଜେଡକଲ, ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ରହିଛି ।

{"id":185324,"sizeSlug":"large"}

ତେବେ ଓଡିଶା ଯୋଗାଣ ନିଗମ ଲାଭ ନାହିଁ କି କ୍ଷତି ନାହିଁ ସ୍ଥିତିରେ ଚାଲିଛି ।

{"id":185325,"sizeSlug":"large"}
{"id":185326,"sizeSlug":"large"}
{"id":185327,"sizeSlug":"large"}
{"id":185328,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.