ଉତ୍ତର-ପଶ୍ଚିମ ସିରିଆରେ ଋଷ୍‌ର ବିମାନ ଆକ୍ରମଣ, ୧୧ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | March 03, 2020 IST

ନୂଆଦିଲ୍ଲୀ ୩।୩: ଉତ୍ତର-ପଶ୍ଚିମ ସିରିଆରେ ସୋମବାର ଦିନ ଋଷ ବିମାନ ଆକ୍ରମଣ କରିଛି । ଏହି ବିମାନ ଆକ୍ରମଣ ଫଳରେ ପ୍ରାୟ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ସିରିଆ ସୈନିକ ବିଦ୍ରୋହୀମାନଙ୍କଠାରୁ ହାରିବାର କିଛି ଦିନ ପରେ ଦ୍ବିତୀୟ ଥର ଏକ ପ୍ରମୁଖ ସହରରେ ପ୍ରବେଶ କରିଥିଲେ । ଏହା ଫଳରେ ଋଷ୍ ବିମାନ ଆକ୍ରମଣ କରିଥିବା ଜଣାପଡିଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ଉତ୍ତର-ପଶ୍ଚିମ ସିରିଆର ଇଦାଲିବ ପ୍ରାନ୍ତରେ ହିଂସା ଦିନକୁ ଦିନ ବଢିଚାଲିଛି । ଗତ ସପ୍ତାହରେ ସିରିଆର ବିମାନ ଆକ୍ରମଣରେ ତୁର୍କି ସୈନ୍ୟମାନଙ୍କ ମୃତ୍ୟୁ ହୋଇଥିଲା । ତେବେ ତୁର୍କି ନିଜ ସୈନ୍ୟ ଉପରେ ଆକ୍ରମଣ କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ଦେଇଥିଲା । ରୁଷ୍‌ ସମର୍ଥିତ ସିରିଆ ସେନା ବିରୋଧରେ ପୂର୍ଣ୍ଣ ସୈନ୍ୟ ଅଭିଯାନ ଚଳାଇବା ପାଇଁ ସ୍ପଷ୍ଟ କରିଥିଲା । ରବିବାର ଦିନ ତୁର୍କି ସେନାର ଡ୍ରୋନ୍ ଆକ୍ରମଣରେ ୧୯ ସିରିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା ।

{"id":231967,"sizeSlug":"large"}

ସିରିଆ ଶାସନ ବିରୋଧରେ ତୁର୍କି ନିଜର ଆକ୍ରମଣ ରୂପ ଧାରଣ କରିଛି । ରବିବାର ଦିନ ଦୁଇଟି ସିରିଆ ଯୁଦ୍ଧ ବିମାନକୁ ଟାର୍ଗେଟ୍ କରି ଧ୍ବଂସ କରିଦେଇଥିଲା ତୁର୍କି । ଏହି ଡ୍ରୋନ୍ ଆକ୍ରମଣରେ ୧୯ଜଣ ସିରିଆ ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଉତ୍ତର-ପଶ୍ଚିମ ସିରିଆର ଇଦାଲିବ ପ୍ରାନ୍ତରେ ଗତ କିଛି ଦିନ ହେଲା ହିଂସା ଲାଗିରହିଛି । ତେବେ ଗତ ସପ୍ତାହରେ ତୁର୍କି ଉପରେ ହୋଇଥିବା ଆକ୍ରମଣକୁ ନେଇ ରୁଷ ଓ ତୁର୍କି ମଧ୍ୟ ବିବାଦ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.