Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଲଗାଣ ବର୍ଷାରେ ମାୟାନଗରୀ ହାଲ୍ ବେହାଲ୍, କୋଠା ଭୁଶୁଡ଼ି ୧୧ ମୃତ

10/06/2021 at 7:59 AM

ମୁମ୍ବାଇ ୧୦।୦୬ : ମୌସୁମୀ ଆଗମନରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା । ଲଗାଣ ବର୍ଷାରେ ମାୟାନଗରୀ ହାଲ୍ ବେହାଲ୍ ହୋଇଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଫଳରେ ଜଳବନ୍ଦୀ ହୋଇଛି ମୁମ୍ବାଇ । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ।ଏପିରିକି ମୁମ୍ବାଇର ମାଲାଡ ଅଞ୍ଚଳରେ କୋଠା ଭୁଶୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୧୫ରୁ ଅଧିକ ମହିଳା ଏବଂ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭଙ୍ଗା କୋଠା ତଳେ ଆଉ କିଛି ଫଶି ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ୱାଇ ସହରର ବିଭିନ୍ନ ରୁଟରେ ଦେଖାଦେଇଛି ଟ୍ରାଫିକ୍ ସମସ୍ୟା । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି, ବିଭିନ୍ନ ସ୍ଥାନରେ ଟ୍ରାଫିକ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ପାଣିପାଗ ବିଭାଗ କହିଛି, ଆଗାମୀ ୨୪ ଘଣ୍ଟା ଯାଏ ଏଭଳି ମୂଷଳଧାରାରେ ବର୍ଷା ହେବ । ଏପରିକି ମୁମ୍ବାଇରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ଚେତାବନୀ ଦିଆଯାଇଛି । ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିବା ସମ୍ଭାବନା ରହିଛି ।

   Related Posts