ବରଯାତ୍ରୀ ଗାଡି ସହ ଟ୍ରକ୍ ମୁହାଁମୁହିଁ ଧକ୍କା : ୧୧ ମୃତ, ଅନେକ ଆହତ

Published By : Prameya-News7 Bureau | February 23, 2020 IST

ବଡୋଦରା ୨୩।୨: ଗୁଜରାଟରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଛି । ଅନକେ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବଡୋଦରା ଜିଲ୍ଲାର ପାଦରା ତହସିଲ ଅଞ୍ଚଳର ରଣୁ ଏବଂ ମହୁଓ୍ବଡ ମଧ୍ୟରେ ଘଟିଛି ।

ସୂଚନାଯୋଗ୍ୟ ଯେ, ବଡୋଦରା ଜିଲ୍ଲାରେ ଅଟୋ ଜଣଙ୍କର ବରଯାତ୍ରୀ ଯାଉଥିଲେ । ଘରୁ ଖୁସିରେ ବାହାରିଥିବା ଲୋକ କଣ ଜାଣିଥିଲେ ଯେ, ତାଙ୍କୁ ମୃତ୍ୟୁ ଅପେକ୍ଷା କରି ରହିଛି ବୋଲି । ବରଯାତ୍ରୀ ଥିବା ଅଟୋ ପାଦରା ତହସିଲ ଅଞ୍ଚଳର ରଣୁ ଏବଂ ମହୁଓ୍ବଡ ମଧ୍ୟରେ ପହଞ୍ଚିବା ସମୟରେ ସାମ୍ମା ପଟୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଆଖାପାଖରେ ଥିବା ଲୋକ ଘଟଣାସ୍ଥଳକୁ ଦୌଡି ଆସି ପୋଲିସକୁ ଘଟଣା ସଂପର୍କରେ ଖବର ଦେବାପରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ ।

ଖବର ପାଇଁ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଟୋରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଟିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ୧୧ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆହତଙ୍କ ପ୍ରାଥମିକ ଚିକିତ୍ସା ପରେ ବଡୋଦରା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସମସ୍ତ ଆହତଙ୍କ ଚିକିତ୍ସା ବଡୋଦରା ସ୍ଥିତ ସର ସାୟାଜୀ ଜେନେରାଲ ହସ୍ପିଟାଲରେ କରାଯାଉଛି ।

ବଡୋଦରା ପୋଲିସ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣାପଡିନାହିଁ । ଘଟଣା ସଂପର୍କରେ ଯାଞ୍ଚ ଚାଲିଥିବା ସେ ସୂଚନା ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.