ରାସ୍ତାକଡରେ ଜୋରଦାର୍‌ ବିସ୍ଫୋରଣ, ୧୧ ବସ୍‌ ଯାତ୍ରୀ ମୃତ

Published By : Prameya-News7 Bureau | June 07, 2021 IST

କାବୁଲ୍‌ ୦୭।୦୬: ରାସ୍ତାକଡ଼ରେ ଜୋରଦାର ବିସ୍ଫୋରଣ । ଏହି ବିସ୍ଫୋରଣରେ ଏକ ମିନି ବସ୍‌ କ୍ଷତିଗ୍ରସ୍ତ ହୋଇଛି । ଯାହାଫଳରେ କି ବସ୍‌ରେ ଥିବା ପ୍ରାୟ ୧୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ସାମିଲ ଥିବା ଜଣାପଡିଛି । ଆଫଗାନିସ୍ତାନର ଉତ୍ତର ପଶ୍ଚିମ ଅଞ୍ଚଳରେ ଘଟିଛି ଘଟଣା । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିଳିଥିବା ଖବର ଅନୁଯାୟୀ, ଆଫଗାନିସ୍ତାନର ଉତ୍ତର ପଶ୍ଚିମ ଅଞ୍ଚଳରେ ଏକ ଜୋରାଦାର ବିସ୍ଫୋରଣ ହୋଇଥିଲା । କିଛି ଯାତ୍ରୀଙ୍କୁ ନେଇ ଏକ ମିନି ବସ୍‌ ରାସ୍ତାକଡ଼ରେ ଛିଡା ହୋଇଥିଲା । ଠିକ୍‌ ଏହି ସମୟରେ ରାସ୍ତାକଡ଼ରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ଯାହାଫଳରେ ବସ୍‌ଟି ରାସ୍ତା କଡ଼ ଘାଇକୁ ଖସିପଡିଥିଲା ।  ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ଏବେ ଯାଏଁ ବିସ୍ଫୋରଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଜଣେ ସ୍ଥାନୀୟ ଅଧିକାରୀଙ୍କ ମୁତାବିକ ଆଫଗାନିସ୍ତାନୀ ସେନାଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । କିନ୍ତୁ ସୁରକ୍ଷାକର୍ମୀ ମାନେ ଏଥିରୁ ବର୍ତ୍ତଯାଇଥିଲେ । ଏହା ତାଲିବାନି ସଂଗଠନର କାମ ବୋଲି ଅଭିଯୋଗ ଆସୁଛି । ସେପଟେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।  

ସେହିପରି ବିସ୍ଫୋରଣ ପରେ ବସ୍‌ଟି ଘାଇକୁ ଖସିପଡିଛି । ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ସମସ୍ତ ମୃତକଙ୍କ ଶବ ଆଣିବା ପାଇଁ ଏବେବି ଉଦ୍ୟମ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.