ମୃତ୍ୟୁକୁ ଓଭରଟେକ୍ କରିପାରିଲେନି ଡ୍ରାଇଭର : ଦେଖୁ ଦେଖୁ ଚାଲିଗଲା ୧୧ଟି ଜୀବନ
23/03/2020 at 12:50 PM

ରିଓ ଡି ଜେନେରୋ ୨୩/୩: ଦକ୍ଷିଣ-ପୂର୍ବ ବ୍ରାଜିଲର ମିନାସ୍ ଗ୍ୟାରେସ୍ ରାଜ୍ୟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିରାପୋରା ସହର ପାଖରେ ଷ୍ଟେଟ୍ ହାଇଓ୍ବେରେ ବିପରୀତ ଆଡ଼ୁ ଆସୁଥିବା ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ୨ଡ୍ରାଇଭର ସମେତ ୧୧ଜଣଙ୍କ ଘଟଣାସ୍ଥଳରେ ମୃତୁ ହୋଇଥିଲା। ୧୭ଜଣ ଗୁରୁତର ହୋଇଥିଲେ। ବସରେ ପ୍ଲାଣ୍ଟର ଶ୍ରମିକମାନେ ଥିବାବେଳେ ଟ୍ରକରେ କେବଳ ଡ୍ରାଇଭର ଥିଲେ।
ସମସ୍ତ ଗୁରୁତରଙ୍କୁ ପିରାପୋରାର ଇନଷ୍ଟିଚ୍ୟୁଟୋ ମେଡିକୋ ଲିଗଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ବସଟି ନର୍ଥଇଷ୍ଟ ବାହିଆରୁ ପରକାତୁ ଆଡ଼କୁ ଯାଉଥିଲା। ଟ୍ରକଟି ସାସ ଗୋତାର୍ଦୋରୁ ବାହିଆକୁ ଯାଉଥିଲା। ଟ୍ରକରେ ଲାଗିଥିବା ଟେକୋଗ୍ରାଫ ଖରାପ ଥିଲା। ଏହାକୁ ବଦଳା ଯାଇନଥିଲା।