Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପୁରୀରେ ସୁଧାର ହେବ ପରିମଳ ବ୍ୟବସ୍ଥା, ୧୧ଟି ସ୍ଥାନରେ ପ୍ରତିଷ୍ଠା ହେବ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର

23/11/2019 at 4:42 PM

ପୁରୀ ୨୩।୧୧: ପୁରୀ ପାଇଁ ମେଗା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ସହରର ୧୧ଟି ସ୍ଥାନରେ ପ୍ରତିଷ୍ଠା ହେବାକୁ ଯାଉଛି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର। ସହରର ୪୮ ହଜାର ପରିବାରରୁ ଘରୁଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ଏହା ପ୍ରକ୍ରିୟାକରଣ କରାଯିବ। ଏଥିପାଇଁ ପ୍ରାଥମିକ ଭାବେ ୨୦ ଟି ଗାଡ଼ି ମାଧ୍ୟମରେ ପ୍ରତ୍ୟେକ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବା କାର୍ଯ୍ୟର ଉଦଘାଟନ କରିଛନ୍ତି ଜାତୀୟ ସଫେଇ କର୍ମଚାରୀ ସଂଘ।  

ପୁରୀରେ ଅତ୍ୟାଧୁନିକ ଶୈଳୀରେ ଆରମ୍ଭ ହେବାକୁ ଯାଉଛି ସହରର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାର୍ଯ୍ୟ। ସହରକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ମେଗା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ସହରରେ ସଫେଇ କର୍ମଚାରୀ ଯାଇ ରାସ୍ତାରୁ ଆବର୍ଜନା ଉଠାଉଥିବା ବେଳେ ଏହା ଏବେ ବନ୍ଦ ହେବାକୁ ଯାଉଛି।

ନୂଆ ପ୍ରକଳ୍ପ ଅନୁସାରେ ସହରର ୪୮ ହଜାର ପରିବାରଙ୍କ ଘରୁ ଗାଡ଼ି ଯାଇ ଆବର୍ଜନା ସଂଗ୍ରହ କରିବ। ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା କରି ସଂଗ୍ରହ କରାଯିବା ପରେ ସେଗୁଡ଼ିକୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ନିଆଯାଇ ସେଗୁଡ଼ିକର ପ୍ରକ୍ରିୟାକରଣ କରାଯିବ। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ୧୧ ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି।

୪୮ ହଜାର ପରିବାର ଠାରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ୪୮ ଟି ସ୍ବତନ୍ତ୍ର ଭାବେ ନିର୍ମିତ ଗାଡ଼ି ଚଳାଚଳ କରିବ। ଏହି ଗାଡ଼ିରେ ଜିପିଏସ୍ ସଂଯୋଗ କରାଯିବା ସହ ପ୍ରତ୍ୟେକ ଦିନ କେଉଁଠାରୁ ଆବର୍ଜନା ଉଠାଗଲା ତାହାକୁ ନୀରିକ୍ଷଣ କରାଯିବ। ଏହାକୁ ପରିଚାଳନା କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ୮୦ ଜଣ ସ୍ବଚ୍ଛ ସାଥୀଙ୍କୁ ନିଯୁକ୍ତ କରାଯିବ। ପ୍ରତ୍ୟେକ ସ୍ବଚ୍ଛ ସାଥୀ ୫୦୦ ପରିବାରକୁ ଯାଇ ଏହି ସ୍ବଚ୍ଛ, ନିର୍ମଳ ପୁରୀ ସମ୍ପର୍କରେ ସଚେତନ କରିବେ। ଏବେ ପ୍ରାଥମିକ ଭାବେ ୫ଟି ଗାଡ଼ି ସହରର ପ୍ରମୁଖ ସ୍ଥାନକୁ ଯାଇ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ନିକଟରେ ଜାତୀୟ ସଫେଇ କର୍ମଚାରୀ କମିଶନ ଏହି ନୂଆ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି।

ଶ୍ରୀକ୍ଷେତ୍ର ପୁରୀକୁ ସ୍ବଚ୍ଛ ଭାରତ ଅଭିଯାନରେ ଆଇକନିକ୍ ସିଟିର ମାନ୍ୟତା ମିଳିଛି। ଏଣୁ ସହରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ପୁରୀ ପୌରସଂସ୍ଥାର ଏହି ଅଭିନବ ପଦକ୍ଷେପ ଜରୁରୀ ଥିଲା ବୋଲି ମତ ପ୍ରକାଶ ପାଇଛି।

   Related Posts