ଛିଣ୍ଡି ପଡିଲା ୧୧କେ.ଭି. ବିଦ୍ୟୁତ୍ ତାର, ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ
10/03/2020 at 2:50 PM

ମହାକାଳପଡା ୧୦।୩: ଛିଣ୍ଡି ପଡିଲା ୧୧ କେ.ଭି. ବିଦ୍ୟୁତ୍ ତାର । ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର କୋଚିଳା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମା’ ରାମଚଣ୍ଡୀଙ୍କ ଦୋଳ ବିମାନ ଆସିବାର ଥିଲା । ଲୋକମାନେ ଅପେକ୍ଷା କରିଥିଲେ । ମା’ଙ୍କ ବିମାନ ଆସିବା ପୂର୍ବରୁ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିଲା । ତେବେ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଧରଣର ଅଘଟଣରୁ ଏଡାଇ ଦିଆଯାଇପାରିଛି ।

ଏହି ବିଦ୍ୟୁତ୍ ଖୁଣ୍ଟକୁ ବାତ୍ୟା ବୁଲବୁଲ ପରଠାରୁ ଯେଉଁ ଭଳି ଭାବେ ବନ୍ଧା ଯାଇଥିଲା ତାହା ବିପଦପୂର୍ଣ୍ଣ ଥିବା ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ମାତ୍ର ବିଭାଗୀୟ ଅଧିକାରୀ ତାହାକୁ କର୍ଣ୍ଣପାତ କରିନଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021