Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ

13/09/2019 at 10:43 AM

ଭୋପାଳ ୧୩।୯: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତଦେହକୁ  ଏନଡିଆରଏଫ ଟିମ୍  ଉଦ୍ଧାର କରିଛି । ଖତଲପୁରା ଘାଟକୁ ଏକ ପୂଜା କମିଟି ବିରାଟ ଶୋଭାଯାତ୍ରାରେ ମୂର୍ତ୍ତି ବିସର୍ଜନ ପାଇଁ ଡଙ୍ଗାରେ ଯାଉଥିବାବେଳେ ଅଘଟଣ ଘଟିଛି ।

କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ବସିଥିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଯାଇଥିବା କୁହାଯାଉଛି । ପହଁରା ଜାଣିଥିବା ଲୋକଙ୍କ ଜୀବନ ବଞ୍ଚିଯାଇଛି । ୫ଜଣ ବ୍ୟକ୍ତି ଜୀବନ ବଞ୍ଚାଇ କୂଳକୁ ଫେରି ଆସିଛନ୍ତି ।

ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବା ନେଇ ଘୋଷଣା କରାଯାଇଛି । ଏହା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକ ସଂପର୍କ ମନ୍ତ୍ରୀ ପିସି ଶର୍ମା

   Related Posts