ବସ୍‌ରେ ୧୧ କେଭି ତାର ଲାଗିବା ଘଟଣା- ଆଉ ଜଣଙ୍କର ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Published By : Prameya-News7 Bureau | February 15, 2020 IST

କଟକ ୧୫।୦୨- ଗଞ୍ଜାମରେ ୧୧ କେଭି ତାର ଲାଗି ବସ୍‌ରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତରମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ଓ କଟକ ଏସ୍‌ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଶନିବାରରେ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଏମ୍‌ ରେଡ୍ଡୀ ନାମକ ମହିଳାଙ୍କର ମୃତ୍ୟୁ ହୋଇଛି ।

ଏହା ସହ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

{"id":225006,"sizeSlug":"large"}

ସୂଚନା ଯୋଗ୍ୟ ଗଞ୍ଜାମ ଜିଲ୍ଲା ମେଣ୍ଡରାଜପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବସ୍ ଜଳିଯିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି । ୨୫ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ଭିତରୁ ବ୍ରହ୍ମପୁର ଏମକେସିଜିରେ ୧୮ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ, କଟକ ବଡ ମେଡିକାଲରେ ୭ଜଣଙ୍କ ଚିକିତ୍ସା ଚାଲିଛି । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କ ମଧ୍ୟରେ ୫ ମହିଳା ଓ ୨ ପୁରୁଷ ଥିଲେ । ୭ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚିକିତ୍ସା ପାଇଁ ୬ ବେଡ୍ ବିଶିଷ୍ଟ ଆଇସିୟୁ ପ୍ରସ୍ତୁତ ହୋଇ ରହିଥିବା

ଅନ୍ୟପଟେ ଏହି ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୋଷ ଦେଇଛି ସାଉଥକୋ । ଦୁର୍ଘଟଣା ନେଇ ସାଉଥକୋର ତଦନ୍ତକାରୀ ଟିମ୍ ରିପୋର୍ଟ ଦେଇଛି । ସଂକୀର୍ଣ୍ଣ ରାସ୍ତାରେ ବଡ ବସ୍ ଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ରିପୋର୍ଟରେ କୁହାଯାଇଛି । ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୋଷ ଦିଆଯାଇଛି । ୨୦୧୮ ମସିହା ରାସ୍ତା କାମ ବେଳେ ତାର ଓହଳିଥିଲା । ଏହାର ସୁବ୍ୟସ୍ଥିତ କରିବା ପାଇଁ ସାଉଥକୋ କର୍ତ୍ତୃପକ୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଥିଲେ । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଏପରିକି ସାଉଥକୋ ନିକଟରେ ଏହାର ବ୍ୟବସ୍ଥା କରିବାକୁ ଆବଶ୍ୟକ ଅର୍ଥ ପୈଠ କରିନଥିଲେ । ଯାହାଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସାଉଥକୋ କହିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବସ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ।

ପୁଅର ନିର୍ବନ୍ଧ ପାଇଁ ହସଖୁସିରେ ବାହାରିଥିବା ଏକ ପରିବାରର ସ୍ବପ୍ନ, ମଝି ରାସ୍ତାରେ ଛାରଖାର ହୋଇଯାଇଛି । ମେଣ୍ଡରାଜପୁର ଗାଁରୁ ଚିକରଡା ଯାଉଥିଲା ବସ୍ । ଡଙ୍ଗଲପାଡୁ ଗାଁର ଓମ୍ ହରିଙ୍କ ବିବାହ ଚକରଡା ଗାଁର ପଦ୍ମାଙ୍କ ସହ ମଙ୍ଗଳବାର ଦିନ ହେବ ବୋଲି ସ୍ଥିର ହୋଇଥିଲା । ନିର୍ବନ୍ଧ କରିବାକୁ ତାଙ୍କ ପରିବାର ଲୋକ ବସରେ ଯାଉଥିଲେ । ଏହି ସମୟରେ ଗାଁ ରାସ୍ତାରେ ତଳକୁ ଝୁଲି ରହିଥିବା ୧୧କେଭି ବିଦ୍ୟୁତ୍ ତାର ବସର ଛାତ ଉପର କ୍ୟାରିଅର ହୁକରେ ଲାଗି ଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ପ୍ରବାହ ହୋଇ ଜଳିଯାଇଥିଲେ ବସରେ ଥିବା ଅଧିକାଂଶ ଯାତ୍ରୀ । ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ପୁରା ବସରେ କରେଣ୍ଟ ଲାଗି ଯାଇଥିଲା । ପୁରା ବସରେ କରେଣ୍ଟ ଏତେ ଜୋର ଥିଲା ଯେ, ସେଥିରୁ ମୁକୁଳିବା କଷ୍ଟକର ହୋଇପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.