ମାଡି ଆସୁଛି ‘ଫନି’ : ୧୧ଟି ଜିଲ୍ଲାର ସୁରକ୍ଷା ଦାୟିତ୍ବରେ ୧୧ ଆଇପିଏସ୍ ଅଫିସର

Published By : Prameya-News7 Bureau | May 01, 2019 IST

ଭୁବନେଶ୍ବର ୧|୫: ପାଖେଇ ଆସୁଛି ସାମୁଦ୍ରିକ ଝଡ ‘ଫନି’ । ବାତ୍ୟାର ମୁକାବିଲା କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଉଛି । ତେବେ ‘ଫନି’କୁ ମୁକାବିଲା ଦ୍ବାରା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ସୁରକ୍ଷା ଦାୟିତ୍ବରେ ୧୧ଜଣ ଆଇପିଏସ୍ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଏହି ୧୧ଟି ଜିଲ୍ଲାରେ କିଭଳି ‘ଫନି’ ପାଇଁ ପ୍ରସ୍ତୁତ ରହିବା ସହ ବାତ୍ୟା ପରିଚାଳନା ଦାୟିତ୍ବ ଦିଆଯାଇଛି ।

ଯାଜପୁର ଜିଲ୍ଲା ପାଇଁ  ଏସ.କେ ଉପାଧ୍ୟାୟ,  ଜଗତସିଂହପୁର ଜିଲ୍ଲା ପାଇଁ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଭଦ୍ରକ ଜିଲ୍ଲା ପାଇଁ ବିନୟାତୋଷ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପାଇଁ ଆର.ପି କୋଚେ,  ପୁରୀ ଜିଲ୍ଲା ପାଇଁ ଏସ.କେ ପ୍ରିୟଦର୍ଶୀ, କେନ୍ଦ୍ରାପଡା ଜିଲ୍ଲା ପାଇଁ ଅରୁଣ ବୋଥ୍ରା, ଗଞ୍ଜାମ ଜିଲ୍ଲା ପାଇଁ ଅମିତାଭ ଠାକୁର, ନୟାଗଡ ଜିଲ୍ଲା ପାଇଁ ଘନଶ୍ୟାମ ଉପାଧ୍ୟାୟ, ବାଲେଶ୍ବର ଜିଲ୍ଲା ପାଇଁ ଅମିତେନ୍ଦ୍ର ନାଥ ସିହ୍ନା, କଟକ ଜିଲ୍ଲା ପାଇଁ ନିଖିଲ କୁମାର କାନୋଡିଆ,  ମୟୁରଭଞ୍ଜ ଜିଲ୍ଲା ପାଇଁ  ଶଫିନ୍ ଅହମଦ୍ କେଙ୍କୁ ଦାୟିତ୍ବ ଦିଆଯାଇଛି ।


{"id":109448}
{"id":109449}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.