Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୧ଜଣ ଗୁରୁତର

14/04/2019 at 5:38 PM

ନୂଆପଡା ୧୪|୪: ନୂଆପଡା ଖଡିଆଳ ଥାନା ଦୋହେଲପଡା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୧୧ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ନୂଆପଡା ଏସପି ମଧ୍ୟ ପହଞ୍ଚିଛନ୍ତି ।

୧୧ ଗୁରୁତର ହେଲେ ସଦାନନ୍ଦ ବେହେରା, ଚର୍ଚ୍ଚିକା ବେହେରା, କେଶବ ବେହେରା, ଭାସ୍କର ବେହେରା, ଭାନୁପ୍ରିୟା ବେହେରା, ସୁରେନ୍ଦ୍ର ବେହେରା, ଦିବ୍ୟଲୋଚନ ବେହେରା, ରୁଦ୍ର ବେହେରା, ମଞୁଶ୍ରୀ ବେହେରା, ଲିଙ୍ଗରାଜ ବେହେରା ଓ ଶବ୍ୟା ବେହେରା ।

   Related Posts