Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦେଶର ୧୧ଟି ବୃହତ ଶିଳ୍ପ କରିଡରକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାର, ସହଜ ହେବ ବ୍ୟବସାୟିକ କାରବାର

28/09/2021 at 9:57 AM

ନୂଆଦିଲ୍ଲୀ ୨୮/୦୯ : ଶିଳ୍ପ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଅଗ୍ରଗତି ହେଉଛି । ବ୍ୟବସାୟୀକ କ୍ଷେତ୍ରକୁ ବିଭିନ୍ନ ବ୍ୟବସାୟ କେନ୍ଦ୍ର ସହିତ ଯୋଡିବା ପାଇଁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଆଉ ୧୧ଟି ବୃହତ ଶିଳ୍ପ କରିଡରକୁ ଅନୁମୋଦନ ଦେଇଛନ୍ତି ଭାରତ ସରକାର । ଯାହା ଫଳରେ ବିଭିନ୍ନ ଦ୍ରବ୍ୟ ତଥା ଶିଳ୍ପ ସଂସ୍ଥାଗୁଡିକୁ କଞ୍ଚାମାଲ ପଠାଇବା ଆହୁରି ମଧ୍ୟ ସହଜ ହୋଇଯିବ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୧ଟି ବୃହତ ଶିଳ୍ପ କରିଡରକୁ ଅନୁମୋଦନ ଦିଆଯାଇଛି । ସେଗୁଡିକ ହେଉଛି ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର, ଅମ୍ରିତସର-କୋଲକାତା, ଚେନ୍ନାଇ-ବେଙ୍ଗାଲୁରୁ, ଭାଇଜାଗ୍‌-ଚେନ୍ନାଇ, ଇଷ୍ଟ କୋଷ୍ଟ ଇକୋନୋମିକ୍‌ କରିଡର, ହାଇଦ୍ରାବାଦ-ନାଗପୁର, ହାଇଦ୍ରାବାଦ-ଓ୍ବାରଙ୍ଗାଲ୍‌, ହାଇଦ୍ରାବାଦ-ବେଙ୍ଗାଲୁରୁ, ବେଙ୍ଗାଲୁରୁ-ମୁମ୍ବାଇ, ଏକ୍ସେଟେନସନ୍‌ ଅଫ୍‌ ସିବିଆଇସି ଟୁ କୋଚି ଭାୟା କୋଏମ୍ବାଟୁର ଏବଂ ଦିଲ୍ଲୀ-ନାଗପୁର ଶିଳ୍ପ କରିଡର ।

ବେଙ୍ଗାଲୁରୁ ଦେଶର ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ସ୍ଥାନ ଭାବେ ଜଣାଯାଏ । ତେଣୁ ସେଠାକୁ ୩ଟି ବ୍ୟବସାୟିକ କରିଡର ମିଳିଛି । ଏହା ସହିତ ଗୋଟିଏ ଏକ୍ସଟେନ୍‌ସନ୍‌ କରିଡର ମଧ୍ୟ ମିଳିଛି । ଏହି ୧୧ଟି ଶିଳ୍ପ କରିଡରକୁ କେନ୍ଦ୍ର ସରକାର ଅନୁମୋଦନ ଦେବାପରେ ବ୍ୟବସାୟିକ କାରବାର ପାଇଁ ଯୋଗାଯୋଗ ଆହୁରି ସହଜ ହୋଇପାରିବ । ଏହା ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଶିଳ୍ପ କାରବାର ବୃଦ୍ଧି ପାଇବ । ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଏହି କରିଡର ଗୁଡିକ ବେଶ ସହାୟକ ହେବ ।

   Related Posts