Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସ୍ମାଟ ଫୋନର ଏହି ୧୧ଟି ଜରୁରୀ ଫିଚର୍ସ ବିଷୟରେ ଅଧିକାଂଶ ଜାଣନ୍ତି ନାହିଁ

16/02/2019 at 11:31 AM

ଯୁବ ପିଢୀଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜିକାଲି ସ୍ମାଟଫୋନର ବ୍ୟବହାର କରୁଛନ୍ତି। ତେବେ ଆଣ୍ଡ୍ରଏଡ ଫୋନ ବ୍ୟବହାର କରୁଥିବା ଲୋକେ ଫୋନରେ ଡେଭଲପର ଅପସନ ବିଷୟରେ ନିହାତି ଭାବେ ଜାଣିଥିବେ। ସାଧାରଣତଃ ଆଣ୍ଡ୍ରଏଡ ଫୋନରେ ଡେଭଲପର ଅପସନ ଏକଟିଭେଟ କରିଥାନ୍ତି।

କିନ୍ତୁ ଡେଭଲପର ଅପସନରେ କିଛିଟା ଫିଚର୍ସ ଥାଏ ଯାହା ଲୋକେ ଜାଣିନଥାନ୍ତି। ତେବେ ଜାଣନ୍ତୁ ଏହି ଫିଚର୍ସ ବିଷୟରେ।

ମୋବାଇଲରେ ଡେଭଲପର ଅପସନ ଦେଖିବା ପାଇଁ ଏହି ଅପସନକୁ ଏନାବଲ କରିବାକୁ ହେବ। ଡେଭଲପର ଅପସନ ଏନାବଲ କରିବାକୁ ହେଲେ ଫୋନ ବିଷୟରେ ଜାଣିବାକୁ ପଡିବ। ସେଠାରେ ବ୍ଲିଡ ନମ୍ୱର ଅପସନ ଥାଏ। ତା’ ପରେ ୭ ଥର ଟ୍ୟାପ କରିବାକୁ ପଡିବ। ଏହା ପରେ ଡେଭଲପର ଅପସନ ଅନ ହୋଇଯିବ। ଫଳରେ ବ୍ୟାକ ଆସିଲା ପରେ ଡେଭଲପର ଅପସନ ଦେଖା ଯିବ। ସେଠାରେ ବହୁତ ଫିଚର୍ସ ଥାଏ।

୧. ଷ୍ଟେ ଆୱେକ୍‌ (STAY AWAKE) 

ସର୍ବ ପ୍ରଥମେ ଥିବା ଫିଚର ହେଉଛି ଷ୍ଟେ ଅୱେକ୍‌। ଏହି ଫିଚର ଅନ୍‌ କରି ମୋବାଇଲ ଚାର୍ଜରେ ରଖିଲେ, ମୋବାଇଲ ସ୍କ୍ରିନ କେବେ ଅଫ ହେବ ନାହିଁ । ଫଳରେ ଜରୁରୀ ସୂଚନା ସ୍କ୍ରିନରେ ବ୍ଲିଙ୍କ କରିଲେ ଜଣା ପଡିଯାଏ।

୨. ଓଇଏମ୍‌ ଅନଲକ୍‌ (OEM UNLOCK)

ଡେଭଲପର ଅପସନର ଦ୍ୱିତୀୟ ଫିଚର ହେଉଛି ଓଇଏମ୍‌ ଅନଲକ୍‌। ଏହି ଫିଚରର ପୁରା ନାଁ ଓରିଜିନାଲ ଇକ୍ୱିପମେଣ୍ଟ ମେନୁଫେକଚରର ଅନଲକ୍‌। ଆଣ୍ଡ୍ରଏଡ ଫୋନକୁ କଷ୍ଟମ ହୋମରୁ ଅପଗ୍ରେଡ କରିବାକୁ ଚାହିଁଲେ ଫୋନ୍‌ରେ ଏହି ଫିଚରକୁ ଅନ ରଖିବାକୁ ପଡିବ। ଏହା ଦ୍ୱାରା କଷ୍ଟମ ହୋମ ସହଯୋଗରେ ଫୋନ ଅପଗ୍ରେଡ ହୋଇଥାଏ।

୩. ରନିଙ୍ଗ ସର୍ଭିସ୍‌ (RUNNING SERVICE)

ଏହି ଫିଚରକୁ ଏକ୍‌ଟିଭେଟ କରିଲେ ମୋବାଇଲରେ କେଉଁ ଆପ୍ଲିକେସନ ଚାଲୁଛି ଓ କେତେ ରାମ ବ୍ୟବହାର ହେଉଛି ତାହା ଜଣାପଡିଥାଏ। ମୋବାଇଲ ଆପ୍ଲିକେସନ କିମ୍ୱା ରାମ ବିଷୟରେ ଜାଣିବାକୁ ଚାହିଁଲେ ଏହି ଫିଚରକୁ ଅନ ରଖିବାକୁ ପଡିଥାଏ।

୪. ୟୁଏସବି ଡି-ବଗିଙ୍ଗ (USB DEBUGGING)

ଏହି ଫିଚର ସବୁଠୁ ଅଧିକ ପପୁଲାର। ଏହି ଫିଚର ବିଷୟରେ ଅଧିକାଂଶ ଲୋକ ଜାଣିଥାନ୍ତି। ଏହି ଫିଚର ଦ୍ୱାରା ଫୋନ କମ୍ପ୍ୟୁଟର ବା ଲାପଟପ୍‌ରେ କନେକ୍ଟ ହୋଇଥାଏ। ଲାପଟପରେ କୌଣସି ସଫ୍‌ଟୱାର ଜଦି ଫୋନରେ କନେକ୍ଟ କରିବାକୁ ଚାହିଁଲେ ତେବେ ଏହି ଫିଚର ଅନ କରିବାକୁ ପଡେ। ଫଳରେ ୟୁଏସବି ଡି-ବଗିଙ୍ଗ ଦ୍ୱାରା ଲାପଟପରେ ଥିବା ସଫ୍‌ଟୱାର ମୋବାଇଲ ଆଇଡେଣ୍ଟିଫାଏ କରିଥାଏ।

୫.ଏଗ୍ରେସିଭ ୱାଇଫାଇ (AGGRESIVE WIFI)

ମୋବାଇଲରେ ୱାଇଫାଇ ନେଟୱାର୍କ ବ୍ୟବହାର କରିବାକୁ ଚାହିଁଲେ ୱାଇଫାଇ ସିଗନଲ ଅନ କରିବାକୁ ପଡେ। କିନ୍ତୁ ଏଗ୍ରେସିଭ ୱାଇଫାଇ ଏକ୍ଟିଭେଟ କରିଲେ ଜରୁରୀ ଜିନିଷ କିମ୍ୱା ପିଲ୍ମ ଡାଉନଲୋଡ କରିବା ସମୟରେ ନେଟୱାର୍କ ସଂବନ୍ଧିତ କୌଣସି ଅସୁବିଧା ହେବ ନାହିଁ।

୮. ୱିଣ୍ଡୋ ଏନିମେସନ ସ୍କେଲ (WINDOW ANIMATION SCALE)

ଫୋନରେ ଥିବା ଫିଚର ମଧ୍ୟରୁ ଏହି ଫିଚରର ମୁଖ୍ୟ ଭୂମିକା ଅଛି। ୱିଣ୍ଡୋ ଏନିମେସନ ସ୍କେଲ ଖୁବ୍‌ ରୋଚକ ଫିଚର ହୋଇଥାଏ। ଏହି ପିଚର ଦ୍ୱାରା ମୋବାଇଲର ଏନିମେସନ ସ୍କେଲ କଣ୍ଟ୍ରୋଲ କରାଯାଏ। ଜଦି ଫୋନରେ ୱିଣ୍ଡୋ ଏନିମେସନ ସ୍କେଲର ମାତ୍ରା ଅଧିକ କରାଯାଏ ତା’ହେଲେ ମୋବାଇଲ ଆପଲିକେସନ ଖୋଲିବାକୁ ଟିକେ ଅଧିକ ସମୟ ଲାଗିବ। ତେଣୁ ୱିଣ୍ଡୋ ଏନିମେସନ ସ୍କେଲ କମ କରିଦେଲେ ମୋବାଇଲ ଆପଲିକେସନ ଶୀଘ୍ର ଖୋଲିଯିବ।

୯. ଟ୍ରାନ୍‌ଜିସନ ଏନିମେସନ ସ୍କେଲ (TRANSITION ANIMATION SCALE)

ଏହି ଫିଚର ଏକ୍ଟିଭେଟ କରିବା ଦ୍ୱାରା ଫୋନରେ ବ୍ୟବହାର କରୁଥିବା ଆପ୍‌ ମଝିରେ କିଛି ଟ୍ରାନ୍‌ଜିସନ ଆସିଲେ ତାହା କଣ୍ଟ୍ରୋଲ କରାଯାଇପାରିବ।

୧୦. ସିମ୍ୟୁଲେଟ ସେକଣ୍ଡାରି ଡିସପ୍ଲେ (SIMULATE SECONDARY DISPLAYS)

ମୋବାଇଲରେ ସେକଣ୍ଡାରି ସ୍କ୍ରିନ ଚାହିଁଲେ ଏହି ଫିଚର ଦ୍ୱାରା ସେକଣ୍ଡାରି ସ୍କ୍ରିନ କ୍ରିଏଟ କରାଯାଇପାରିବ। ଫଳରେ ମୋବାଇଲରେ୨ଟି ସ୍କ୍ରିନର ସୁବିଧା ମିଳିବ। ଏହି ଫିଚର ଏକ୍ଟିଭେଟ କରିଲେ ଡବଲ ସ୍କ୍ରିନର ସୁବିଧା ମିଳିବ।

୧୧. ଟର୍ନ ଅନ ଫୋର-ଏକ୍ସ -ଏମ୍‌ ଏସ୍‌ ଏ ଏ (TURN ON 4X MSAA)

ଏହି ଫିଚର ଦ୍ୱାରା ମୋବାଇଲର ଗେମିଙ୍ଗ ପରଫରମାନ୍ସ ଇମ୍ପ୍ରୁଭ ହୋଇପାରିବ। ଫୋନରେ ଗେମ ଖେଳିବା ସମୟରେ ଜଦି ଗେମର ଗ୍ରାଫିକ୍ସ ଠିକ୍‌ ନଥାଏ ବା ଫୋନ ସ୍ଲୋ ହୋଇଯାଏ ଟର୍ନ ଅନ ଫୋର ଏକ୍ସ ଏମ୍‌ ଏସ୍‌ ଏଏ ଫିଚର ଅନ କରିବା ଉଚିତ୍‌।

   Related Posts