ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୭ଟି ପରିବାରର ୧୧ ବଖରା ଘର
14/11/2019 at 2:47 PM

ବାଙ୍କୀ ୧୪।୧୧: ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁରା ପଞ୍ଚୟାତର ବିଲି ତେନ୍ତୁଳିୟା ଗାଁରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଛି ୭ଟି ପରିବାରର ୧୧ ବଖରା ଘର ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଏଭଳି ଘଟିଛି । ଗାଁ ଲୋକେ ଖବର ଦେବା ପରେ ବାଙ୍କୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ କେହି ଆହତ ହୋଇନଥିବା ବେଳେ ୭ଟି ପରିବାର ଲୋକଙ୍କର ଅସବାବପତ୍ର, ଟଙ୍କା, ସୁନା ଗହଣା ତଥା ଲକ୍ଷାଧିକ ଟଙ୍କାର ଧନସମ୍ପତି କ୍ଷୟକ୍ଷତି ହୋଇଛି ।

ଅଗ୍ନି ବିପନ୍ନ ପରିବାର ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଥିବାବେଳେ ଘଟଣା ସ୍ଥଳରେ ବାଙ୍କି ଅତିରିକ୍ତ ତହସିଲଦାର ଓ ଆରଆଇ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନି ଯୋଗାଇଦେଇଛନ୍ତି ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021