Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆତଙ୍କୀ ଗତିବିଧି ଏବଂ ଦେଶଦ୍ରୋହ ମାମଲାରେ ଆକ୍ସନ୍‌ ; ଆତଙ୍କବାଦୀ ସଲାଉଦ୍ଦୀନର ୨ ପୁଅଙ୍କ ସମେତ ୧୧ ସରକାରୀ କର୍ମଚାରୀ ଚାକିରିରୁ ବିଦା

10/07/2021 at 6:45 PM

ଶ୍ରୀନଗର ୧୦/୦୭ : ଜାମ୍ମୁ କାଶ୍ମୀରରେ ଦେଶ ବିରୋଧୀ ଗତିବିଧିକୁ ନେଇ ୧୧ ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ସମ୍ବିଧାନର ଧାରା ୩୧୧ (୨) (C) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବରୁ ଆତଙ୍କବାଦୀ ଘୋଷିତ ହୋଇଥିବା ସଲାହୁଦ୍ଦୀନର ୨ ପୁଅଙ୍କୁ ମଧ୍ୟ ଚାକିରିରୁ ବିଦା କରାଯାଇଛି । ବରଖାସ୍ତ କରାଯାଇଥିବା ୧୧ ଜଣ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଅନନ୍ତନାଗ, ୩ ଜଣ ବଡଗାମ, ୨ ଜଣ ଶ୍ରୀନଗର ଏବଂ ପୁଲଓ୍ବାମା ଓ କୁପଓ୍ବାଡାରୁ ଜଣେ ଲେଖାଏଁ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି ।

Breaking News

ବରଖାସ୍ତ ହୋଇଥିବା ୨ ଜଣ ଶିକ୍ଷକ ଜମାତ ଇସଲାମୀ ଏବଂ ଦୁଖତ୍ବାରନ-ଏ-ମିଲ୍ଲନ ସଂଗଠନର ବିଚାରଧାରାକୁ ସମର୍ଥନ କରିବା ଏବଂ ପ୍ରଚାର କରିବା ସହିତ ରାଷ୍ଟ୍ର ବିରୋଧୀ କାର୍ଯ୍ୟରେ ସାମିଲ ଥିଲେ । ଏହା ଜଣାପଡିବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ଛଡା, ଜାମ୍ମୁ କାଶ୍ମୀର ପୋଲିସର ୨ ଜଣ କନଷ୍ଟେବଲଙ୍କୁ ମଧ୍ୟ ବିଦା କରାଯାଇଛି । ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ହେଉଛି ଯେ, ଏମାନେ ପୋଲିସ ବିଭାଗରେ ଥାଇ ବି ଆତଙ୍କବାଦର ସମର୍ଥନ କରୁଥିଲେ ଏବଂ ପୋଲିସର ଗୁପ୍ତ ତଥ୍ୟକୁ ନେଇ ଆତଙ୍କବାଦୀଙ୍କୁ ଦେଉଥିଲେ । କେବଳ ସେତିକି ନୁହେଁ ବରଖାସ୍ତ ହୋଇଥିବା କନଷ୍ଟେବଲଙ୍କ ମଧ୍ୟରୁ ଜଣେ, ସୁରକ୍ଷା କର୍ମୀଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲା ।       

ସେହିଭଳି ବିଦ୍ୟୁତ ବିଭାଗରେ ପର୍ଯ୍ୟବେକ୍ଷଣ ଦାୟିତ୍ବ​‌ରେ ଥିବା ଶାହୀନ ଅହମ୍ମଦ ଲୋନକୁ ମଧ୍ୟ ବରଖାସ୍ତ କରାଯାଇଛି । ତା ବିରୁଦ୍ଧରେ ଅଭିଯୋଗ ହେଉଛି ଯେ, ସେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ପାଇଁ ଅସ୍ତ୍ରଶସ୍ତ୍ର ତସ୍କରୀ ଏବଂ ପରିବହନରେ ସାମିଲ ଥିବା ଜଣାପଡିଥିଲା । ଶାହୀନ ଅହମ୍ମଦ ଲୋନକୁ ଗତ ବର୍ଷ ଜାନୁୟାରୀ ମାସରେ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥରେ ଆତଙ୍କବାଦୀମାନଙ୍କ ସହିତ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋଟକ ନେଇ ଯାଉଥିବା ଦେଖିବାକୁ ମିଳିଥିଲା ।

   Related Posts