Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଦେହ ବ୍ୟବସାୟ ଚାଲୁଥିବା ୨୪ଟି ସ୍ଥାନ ଉପରେ ପୋଲିସର ଚଢଉ, ୩୨ ଯୁବତୀ ଓ ୧୧ ଗ୍ରାହକ ଗିରଫ, ୧୧ ଯୁବତୀଙ୍କୁ ନାରୀ ନିକେତନରେ ଥଇଥାନ କଲା ପୋଲିସ

26/08/2019 at 4:36 PM

ଉତ୍ତରପ୍ରଦେଶ୨୬|୮: ଉତ୍ତରପ୍ରଦେଶର ବରେଲି ଜିଲ୍ଲାର କୋତଓ୍ବାଲି ଥାନା ଅଞ୍ଚଳରେ ଚାଲୁଥିବା ସେକ୍ସ ରାକେଟ ପର୍ଦ୍ଦାଫାଶ କରିଛି ପୋଲିସ।ଏହି ସେକ୍ସ ରାକେଟ ଉପରେ କୋଓ୍ବାଲି ପୋଲିସ ଚଢ଼ାଉକରି ୧୧ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।ସେଠାରେ ସେକ୍ସ ରାକେଟ ଚାଲୁଥିବା ଖବର ପାଇବା ମାତ୍ରକେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରକୃତରେ ଚଢ଼ାଉ ସମୟରେ ସମୁଦାୟ ୩୨ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ନାରୀ ନିକେତନରେ ଥଇଥାନ କରିଛି ଓ ୨୧ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଥଇଥାନ କରାଯାଇଥିବା ଯୁବତୀଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଜୋର କରି ଦେହ ବ୍ୟବସାୟରେ ଲଗାଯାଇଥିଲା ।  ଏମାନଙ୍କ ବ୍ୟତୀତ ସଂପୃକ୍ତ ସ୍ଥାନରୁ ପୋଲିସ ୧୧ଗ୍ରାହକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ,ଉତ୍ତରପ୍ରଦେଶର ବରେଲି ଜିଲ୍ଲାର କୋତଓ୍ବାଲିରେ ୨୪ଟି ସ୍ଥାନରେ ସେକ୍ସ କାର୍‌ବାର ଚାଲୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହି  ଖବର  ପାଇବା ପରେ ପୋଲିସ ଚଢ଼ାଉ କରିଥିଲେ।ସେକ୍ସ ରାକେଟରେ ୩୨ ଜଣ ଯୁବତୀ ଓ ୧୧ ଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଥିଲା।ଦୀର୍ଘଦିନରୁ ସେଠାରେ ସେକ୍ସ ରାକେଟ ଚାଲିଥିଲା।ଦଲାଲମାନେ ଯୁବତୀଙ୍କ ଫଶାଇ ଏଠାରେ ବିକ୍ରି କରୁଥିଲେ।

ସୂଚନା ଅନୁସାରେ ୧୧ ଜଣ ଯୁବତୀଙ୍କୁ ଜୋର୍‌ ଜବରଦସ୍ତ ଦେହ ବ୍ୟବସାୟରେ କାର୍ଯ୍ୟରେ ଲଗାଯାଉଥିଲା। ମେରଠ୍‌,ଆସାମ ନେପାଳ,ପଶ୍ଚିମବଙ୍ଗ ଓ ଆଗ୍ରାରୁ ଆସିଥିବା ୧୧ ଜଣ ଯୁବତୀଙ୍କୁ କୋଠିରେ ବିକ୍ରି କରାଯାଇଥିଲା।ପଚାରଉଚାର ପରେ ଜଣା ପଡିଥିଲା ଯେ, କିଏ ଚାକିରି କରିବା ପାଇଁ ଆସି ଏଠାରେ ଫଶି ଯାଇଥିଲା ତ ଆଉ କିଏ ପ୍ରେମିକାଠାରୁ ଧୋକା ପାଇବା ପରେ ବାଟବଣା ହୋଇ ଏହି ଲାଇନକୁ ଚାଲିଥିଲେ। ଆଉ କିଛି ଦଲାଲଙ୍କ ମାଧ୍ୟମରେ ଦେହ ବ୍ୟବସାୟରେ ପାଦ ଥାପିଥିଲେ।ଏହିଭଳି ଖରାପ କାମ ଆଉ କରିବେ ନାହିଁ  ବୋଲି କହିଲେ ଯୁବତୀଙ୍କୁ ମାଡ ମରା ଯାଉଥିଲା।​‌ ଏହି ଯୁବତୀମାନେ ନିଜ ଇଚ୍ଛାରେ କରୁନଥିଲେ ବରଂ ତାଙ୍କୁ ଜୋର୍‌ଜବରସ୍ତ ଦେହ ବ୍ୟବସାୟ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା। ଉଦ୍ଧାର ପରେ ସେମାନଙ୍କୁ ନାରୀ ନିକେତନଙ୍କୁ ପଠାଯାଇଛି।

   Related Posts