Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ପାର୍ଟିରେ ସିଗାରେଟ ଏବଂ ମଦ ପିଇ ୧୧ଜଣ ହେଲେ କରୋନାରେ ସଂକ୍ରମିତ

14/03/2020 at 2:31 PM

ବ୍ୟାଙ୍କକ୍ ୧୪/୩: ଏକସଙ୍ଗେ ପାର୍ଟି କରିବା ପରେ ୧୧ ଜଣ ସାଙ୍ଗ କରୋନାର ଶିକାର ହୋଇଛନ୍ତି | ଘଟଣା ଥାଇଲାଣ୍ଡ ଘଟିଛି | ବ୍ୟାଙ୍କକ ପୋଷ୍ଟ ଅନୁଯାୟୀ, ସାର୍ବଜନିକ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବାନୁଯାୟୀ, ସମସ୍ତ ୧୧ଜଣ ସାଙ୍ଗ ଥାଇଲାଣ୍ଡର ନାଗରିକ | ଏକାସଙ୍ଗେ ପାର୍ଟି କରିବା ପରେ ୧୧ଜଣ ସାଙ୍ଗ କରୋନା ଭାଇରସରେ ସଂକ୍ରମଣ ହୋଇଛନ୍ତି | ୧୧ ଜଣଙ୍କ ବୟସ ୨୫ ରୁ ୩୮ ବର୍ଷ ବୟସ ମଧ୍ୟରେ ରହିଛି | ଥାଇଲାଣ୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ହୋଇ ସାରିଲାଣି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବାନୁଯାୟୀ, ୧୫ ଜଣ ମିଶି ପାର୍ଟି କରିଥିଲେ | ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିବାବେଳେ ୪ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି |

ଏମାନଙ୍କ ମଧ୍ୟରୁ କିଛି ଲୋକ ଫେବୃଆରୀ ୨୧ ତାରିଖରେ ହଂକଂରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ସାକ୍ଷାତ କରିଥିଲେ | ଏହାପରେ ଫେବୃଆରୀ ୨୫ ତାରିଖରେ ଏମାନଙ୍କୁ ଜ୍ୱର, ଥଣ୍ଡା ଓ ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା | ତେବେ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସତ୍ୱେ ଏମାନେ ନିଜ ସାଙ୍ଗମାନଙ୍କ ସହ ଦୁଇଥର ପାର୍ଟି କରିଛନ୍ତି | ଫେବୃଆରୀ ୨୭ ଓ ୨୯ ତାରିଖରେ ଏମାନେ ପାର୍ଟି କରିଥିଲେ | ପାର୍ଟିରେ ମଦ ଗ୍ଲାସ ଓ ସିଗାରେଟ ସେୟାର କରିଥିଲେ | ସ୍ୱାସ୍ଥ୍ୟବସ୍ଥା ନ ସୁଧୁରିବାରୁ ମାର୍ଚ୍ଚ ୪ ତାରିଖରେ ଏମାନେ ହସ୍ପିଟାଲ ଯାଇଥିଲେ |

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜର ପ୍ରତିକ୍ରିୟା ରଖିଛନ୍ତି | ଭାଇରସ ସଂକ୍ରମିତ ଦେଶରୁ ଫେରିବା ପରେ ମଦ, ସିଗାରେଟ ସେୟାର କରିବା ଏବଂ ସୋସିଆଲ ଆକ୍ଟିଭିଟିଜରେ ଲିପ୍ତ ହେବା ଅନୁଚିତ ବୋଲି ସେ କହିଛନ୍ତି | ଥାଇଲାଣ୍ଡରେ କରୋନାରେ ପୀଡିତ ୩୪ ରୋଗୀଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି | ଜଣେ ରୋଗୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି |

ସାରା ବିଶ୍ୱରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ପାରି କରିସାରିଲାଣି | ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ୫ ହଜାର ପାରି କରିସାରିଲାଣି |

ଚୀନ ପରେ ସବୁଠାରୁ ଅଧିକ ବର୍ତ୍ତମାନ ଇଟାଲୀ କରୋନାରେ ଆକ୍ରାନ୍ତ ହୋଇଛି | ଇଟାଲୀ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି | ଲୋକେ ପ୍ରାୟତଃ ନିଜ ଘରେ ହିଁ ରହୁଛନ୍ତି | ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ୧୧୬୬ ପହଞ୍ଚି ସାରିଛି | ଗୁରୁବାରରୁ ଶୁକ୍ରବାର ମଧ୍ୟରେ ୨୫୦ ରୋଗୀଙ୍କ ମୃତ୍ୟୁ ହୋଇଛି | ଅପରପକ୍ଷେ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ୧୩୦୦ରୁ ଅଧିକ ହେଲାଣି | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୬୬୦ ରୁ ଅଧିକ ହେଲାଣି |

ଏପର୍ଯ୍ୟନ୍ତ ଭାରତରେ ୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି | ଶୁକ୍ରବାର ଦିନ ଦିଲ୍ଲୀ ସ୍ଥିତ ଆରଏମଏଲ ହସ୍ପିଟାଲରେ ଜଣେ ୬୮ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛି | ମୃତ୍ୟୁ ହୋଇଥିବା ମହିଳାଙ୍କ ପୁଅ ଇଟାଲୀ ଏବଂ ସ୍ୱିଜରଲ୍ୟାଣ୍ଡ ଗସ୍ତରୁ ଫେରିଥିଲେ | ପୁଅ କରୋନାରେ ସଂକ୍ରମିତ ହୋଇ ଫେରିଥିଲେ | ତାଙ୍କ ଚିକିତ୍ସା ଚାଲିଛି | 

   Related Posts