ସହପାଠୀଙ୍କ ସହ ବାହାରିଥିଲେ ଗୋଆ ଭ୍ରମଣରେ, ଭାବିଥିଲେ ପୁରୁଣା ସ୍ମୁତି ସାଉଁଟିବେ, ଦୁର୍ଘଟଣାରେ ଚାଲିଗଲା ୧୧ ପୂର୍ବତନ ଛାତ୍ରୀଙ୍କ ଜୀବନ

Published By : Prameya-News7 Bureau | January 16, 2021 IST

ବେଙ୍ଗାଲୁରୁ ୧୬।୦୧: ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥ ନମ୍ବର ୪୭ରେ ଧାରଓ୍ଵାଡ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୧ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସମସ୍ତେ ଦାଓ୍ଵଣଗେରେ ସେଣ୍ଟ ପଲ କନଭେଣ୍ଟର ଛାତ୍ରୀ ଥିଲେ।

ସ୍କୁଲର ସହପାଠୀଙ୍କ ସହିତ ଗୋଆ ଭ୍ରମଣ  କରିବା ଏବଂ ପୁରୁଣା ଦିନ ତାଜା କରିବାର ଯୋଜନା ୧୧ ମହିଳାଙ୍କ ପାଇଁ ଜୀବନର ଶେଷ ଯାତ୍ରା ପାଲଟିଛି। ସଡକ ଦୁର୍ଘଟଣାରେ ଏହି ସବୁ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଦାଓ୍ଵଣଗେରେ ସ୍ଥିତ ସେଣ୍ଟ ପଲ୍ ସ୍କୁଲର ୧୯୮୯ ବ୍ୟାଚ୍‌ର ଛାତ୍ରୀ ଥିଲେ। ମୃତକମାନେ ଯେଉଁ ବସ୍‌ରେ ବସିଥିଲେ, ଶୁକ୍ରବାର ଇତିଗତି ଗାଁ ନିକଟରେ ଏକ ଲରି ସହ ବସ୍‌ର ଧକ୍କା ହୋଇଥିଲା।

ଶୁକ୍ରବାର ସକାଳେ ଧାରଓ୍ଵାଡ ନିକଟରେ ଘଟିଥିବା ଏହି ସଡକ ଦୁର୍ଘଟଣାରେ ଡାକ୍ତର ସମେତ ୧୦ ସ୍କୁଲ ସାଥୀଙ୍କ ବିୟୋଗରେ ଦାଓ୍ଵଣଗେରେରେ ପରିବାରରେ ଶୋକର ଲହରି ଖେଳି ଯାଇଛି। ଅନେକ ଆହତଙ୍କ ସ୍ଥିତି ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ବସ୍‌ରେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମେଡିକାଲ କ୍ଷେତ୍ରର ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଡାକ୍ତର ଥିଲେ, ଯିଏ ଅନ୍ୟ ମେଡିକାଲ କଲେଜ୍ ଓ ହସ୍ପିଟାଲ ସହ ସଂପୃକ୍ତ ଥିଲେ।

ପୋଲିସ ଅନୁଯାୟୀ,ଏହି ପୂର୍ବତନ ଛାତ୍ରୀମାନେ ତିନି ଦିନିଆ ଗୋଆ ଭ୍ରମଣ ଯୋଜନା କରିଥିଲେ। ଦୁଇ ଜଣ ମହିଳାଙ୍କ ସହିତ ତାଙ୍କ ଝିଅ ମଧ୍ୟ ଥିଲେ। କୁହାଯାଉଛି ଯେ ୧୪ଜଣ ପୂର୍ବତନ ଛାତ୍ରୀ ଶୁକ୍ରବାର ସକାଳେ ଦେବନଗରେରୁ ଯାତ୍ରା ଆରମ୍ଭ କରିଥିଲେ।  ସେମାନଙ୍କ ମଧ୍ୟରୁ ୧୩ ଜଣ ଦେବନଗରେ ଜିଲ୍ଲା ସଦର ମହକୁମାର ବାସିନ୍ଦା ଥିଲେ। ଅନ୍ୟଜଣେ ବେଙ୍ଗାଲୁରୁର ଥିଲେ।

ପୋଲିସ ଅନୁଯାୟୀ, ଜଣେ ସହପାଠୀଙ୍କୁ ଧାରଓ୍ଵାଡ ନେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡିଚାଳକ ଓ ଖଲାସିଙ୍କୁ ରାନେବେନ୍ନୁରରୁ ଧରା ଯାଇଛି। ଦୁର୍ଘଟଣାରେ ଟ୍ରକ ଓ ପାଞ୍ଚ ଜଣ ଆହତ ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ମହିଳାଙ୍କୁ ହେଲିକପ୍ଟର ସାହାଯ୍ୟରେ ବେଙ୍ଗାଲୁରୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.