୧୧ଜଣ ଫୁଟୁବଲ ଖେଳାଳି କରୋନାରେ ସଂକ୍ରମିତ, ୨ଦିନରେ ବାତିଲ ହେଲା ୧୪ ଟୁର୍ଣ୍ଣାମେଣ୍ଟ୍

Published By : Prameya-News7 Bureau | March 15, 2020 IST

ରୋମ, ୧୫|୦୩:  ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଇଟାଲୀର ଏକ ଫୁଟବଲ୍ ଲିଗ୍ ସିରି-ଏର ସମସ୍ତ ୧୧ଜଣ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ଟେଷ୍ଟ୍ ପଜିଟିଭ୍ ଆସିଛି। ଏହି ଲିଗରେ ୨୦ଟି ଦଳ ଖେଳିଥାନ୍ତି।

ଡାକ୍ତର ନୂଆ ହେଲଥ୍ ଆଡବାଇଜାରୀ ଜାରି କରି ଖେଳାଳିଙ୍କୁ ସେମାନଙ୍କ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଦେଶର ୧୪ଟି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ସେହିପରି ସ୍ପୋର୍ଟଅକର୍ଡ ବିଶ୍ୱ ସ୍ପୋର୍ଟସ୍ ଓ ବିଜନେସ୍ ସମିଟକୁ ରବ୍ଦ କରାଯାଇଛି। ଏହା ଏପ୍ରିଲ ୧୯ରୁ ୨୪ ଯାଏଁ ସ୍ୱିଜରଲାଣ୍ଡରେ ହେବାକୁ ଥିଲା।

ଏନବିଏର ବାସ୍କେଟବଲ ଖେଳାଳି କ୍ରିଷ୍ଟିଆନ ବ୍ରୋଡ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଏନବିଏର ତୃତୀୟ ସଂକ୍ରମିତ ଖେଳାଳି ଅଟନ୍ତି। ଏହା ପୂର୍ବରୁ ଋଡି ଗୋର୍ବାଟ୍ ଓ ଡାନୋବନ ମିସେଲ ସଂକ୍ରମିତ ହୋଇଥିଲେ। ଏହି ଦୁଇ ଖେଳାଳି ଏନବିଏରେ ୟୁଟା ଜେଜ୍ ଟିମ୍ ପାଇଁ ଖେଳିଥାନ୍ତି। ଏହା ବ୍ୟତୀତ ସୁପର ଲିଗ୍ ଗ୍ରୀସ ଓ ଫୁଟୁବଲ କ୍ଲବ୍ ଅଲମ୍ପିକସର ମାଲିକ ବୋଙ୍ଗୋଲିସ ମାରିନୋକିସ୍ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

ଇଟାଲୀଆନ କ୍ଲବର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଘରେ କ୍ୱାରାନଟାଇନ୍ କରାଯାଇଛି। ତେବେ ସେ ସଂକ୍ରମିତ ନାହାଁନ୍ତି। ସେହିପରି ବାର୍ସେଲିନାର ସମସ୍ତ ଇଭେଣ୍ଟକୁ ଟାଳିଦିଆଯାଇଛି। ଏବେ ଦଳର ଖେଳାଳି ଲିଓନାଲ ମେସୀ ପରିବାର ସହ ସମୟ କାଟୁଛନ୍ତି। ରବିବାର ସୁଦ୍ଧା ସାରା ବିଶ୍ୱରେ ମୋଟ ୧ଲକ୍ଷ ୫୬ ହଜାର ୯୩୨ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୧୫୩ଟି ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫୮୩୯ରେ ପହଁଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.