Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୋଖରୀ କୂଳରେ ଶୋଇପଡିଲେ ମହିଳା, ହାତ-ଗୋଡ଼ ଖାଇଗଲା ୧୧ ଫୁଟ୍‌ର କୁମ୍ଭୀର

6/10/2021 at 11:53 AM

ନୂଆଦିଲ୍ଲୀ ୦୬/୧୦: ଅନେକ ସମୟରେ ଲୋକଙ୍କ ସହ ଏପରି କିଛି ଘଟଣା ଘଟେ ଯାହା କେବେ ସ୍ୱପ୍ନରେ ବି ସେ ଭାବିନଥିବେ। ବର୍ତ୍ତମାନ ଫ୍ଲୋରିଡାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଫ୍ଲୋରିଡାରେ ରହୁଥିବା ଜଣେ ମହିଳା କେନାଲ କୂଳରେ ବସି ସୂର୍ଯ୍ୟକିରଣ ନେଉଥିଲେ। କିନ୍ତୁ ତାଙ୍କର କୌଣସି ଧାରଣା ନଥିଲା ଯେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ଉପରି ଏପରି ଆକ୍ରମଣ ହେବ, ଯାହା ତାଙ୍କୁ ମୃତ୍ୟୁର ନିକଟତର କରିବ।

aligtor attacks sleeping woman fell in canal

ସୂଚନା ଅନୁଯାୟୀ, ପ୍ରାୟ ୫୦ ବର୍ଷ ବୟସ୍କା ଜଣେ ମହିଳା ଫ୍ଲୋରିଡାର ସେଣ୍ଟ ପିଟର୍ସବର୍ଗରେ ରହୁଥିଲେ। ସେ ତାଙ୍କ ଘର ନିକଟ ପୋଖରୀ କୂଳରେ ବସି ସୂର୍ଯ୍ୟକିରଣ ନେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଆଖି ଲାଗିଯାଇଥିଲା ଏବଂ ସେ ସେଠାରେ ଶୋଇପଡିଥିଲେ। ଦୁର୍ଭାଗ୍ୟ ବଶତଃ ସେ କଡ ଲେଉଟାଇବା ସମୟରେ ପୋଖରୀରେ ଖସିପଡିଲେ। ସେ ପାଣିରୁ ବାହାରିବା ପୂର୍ବରୁ ପୋଖରୀରେ ଥିବା ୧୧ ଫୁଟର କୁମ୍ଭୀର ତାଙ୍କୁ ଆକ୍ରମଣ କରିଦେଲା।

ସାହାଯ୍ୟ ପାଇଁ ଚିତ୍କାର କରିବାରୁ ପଡୋଶୀମାନେ ଦୌଡି ଆସିଥିଲେ କିନ୍ତୁ ସେତେବେଳକୁ କୁମ୍ଭୀରଟି ତାଙ୍କ ଗୋଡ ଓ ହାତ ଚୋବାଇସାରିଥିଲା। ଏହା ପରେ, ବହୁ କଷ୍ଟରେ ମହିଳାଙ୍କୁ କୁମ୍ଭୀର ପାଖରୁ ଉଦ୍ଧାର କରାଯାଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କୁମ୍ଭୀରଟି ପୁନର୍ବାର ଲୋକଙ୍କୁ ଆକ୍ରମଣ ନକରିବାପାଇଁ ଏକ ଟିମ୍ ତାକୁ ଧରିବା ପାଇଁ ନିୟୋଜିତ ହୋଇଥିଲେ। ଅନେକ ଘଣ୍ଟାର ଉଦ୍ୟମ ପରେ ପୋଲିସ ୧୦ ଫୁଟ ୧୧ ଇଞ୍ଚ ଲମ୍ବା କୁମ୍ଭୀରକୁ ଧରିଥିଲା।

   Related Posts