ବେଆଇନ ମାଛ ଧରିବା ଓ ବନ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ୧୧ ମାଛ ମାଫିଆ ଗିରଫ

Published By : Prameya-News7 Bureau | April 10, 2021 IST

ପଟ୍ଟାମୁଣ୍ଡାଇ ୧୦।୪: ବେଆଇନ ମାଛ ଧରିବା ଓ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗରେ ୧୧ ଜଣ ମାଛ ମାଫିଆ ଗିରଫ । ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଦ୍ବାରା ମାଛ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କେନ୍ଦ୍ରାପଡା ଏସପି ସୂଚନା ଦେଇଛନ୍ତି । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ପୋଲିସ ସୂଚନା ଦେଇଛି ।

{"id":436115,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ମା’ ଜନନୀ ଟ୍ରଲର ନାମକ ଏକ ମାଛଧରା ଟ୍ରଲର ସାମୁଦ୍ରିକ ଅଭୟାରଣ୍ୟ ନିଷିଧାଞ୍ଚଳ ଅଞ୍ଚଳରେ ବେଆଇନ ମାଛ ଧରୁଥିବା ସମୟରେ ବନ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ମାତ୍ର ବେଆଇନ ମାଛ ମାରୁଥିବା ମାଫିଆମାନେ ଆକ୍ରମଣ କରି ବନ କର୍ମଚାରୀଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିବା ନେଇ ତାଳଚୁଆ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା । ଗତ ୫ ତାରିଖରେ ସାମୁଦ୍ରିକ ଥାନାକୁ ଏକ ଅତ୍ୟାଧୁନିକ ପାଟ୍ରୋଲିଂ ବୋଟ୍ ମିଳିବା ପରେ ସାମୁଦ୍ରିକ ଥାନାର ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.