ଗୋଟିଏ ଘରୁ ୧୧ ମୃତଦେହ ଉଦ୍ଧାର

Published By : Prameya-News7 Bureau | July 01, 2018 IST

ଦିଲ୍ଲୀର ବୁରାରି ଅଂଚଳରେ ଘଟିଛି ଅଭାବନୀୟ ଘଟଣା | ରବିବାର ସକାଳେ ଗୋଟିଏ ଘରୁ ୧୧ ଜଣକ ମୃତଦେହ ଉଦ୍ଧାର ହୋଇଛି | ମୃତକଙ୍କ ମଧ୍ୟରେ ଅଛନ୍ତି ୭ ମହିଳା ଓ ୪ ପୁରୁଷ | ଘର ଭିତରେ ଛାତରୁ ଝୁଲୁଥିବା ଅବସ୍ଥାରେ ମୃତଦେହଗୁଡିକୁ ଉଦ୍ଧାର କରାଯାଇଛି | ସମସ୍ତ ମୃତକଙ୍କ ମୁହଁରେ ଓ ଆଖିରେ ପଟି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି | ସମସ୍ତେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି | ମୃତଦେହ ଦେଖି ସାରା ଇଲାକା ସ୍ତବ୍ଧ ହୋଇଯାଇଛି | ପୋଲିସ ତଦନ୍ତ ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.