ଝାରସୁଗୁଡା: ଗୋଟିଏ କମ୍ପ୍ଲେକ୍ସରେ କାର୍ଯ୍ୟକ୍ଷମ ହେବ ୧୧ଟି କୋର୍ଟ

Published By : Prameya-News7 Bureau | August 03, 2020 IST

ଝାରସୁଗୁଡା, ୦୩|୦୮:  ଝାରସୁଗୁଡାରେ ଗୋଟିଏ କମ୍ପ୍ଲେକ୍ସ ଭିତରେ କାର୍ଯ୍ୟ କରିବ ୧୧ଟି କୋର୍ଟ। ଜିଲ୍ଲା ଜଜ କୋର୍ଟରୁ ଆରମ୍ଭ କରି ପୃଥକ ପୃଥକ ସ୍ଥାନରେ ଚାଲୁଥିବା ଏଡ଼ିଜେ କୋର୍ଟ,ସିଜେଏମ କୋର୍ଟ,ଏସଡ଼ିଜେଏମ କୋର୍ଟ, ଜେଏମଫସି କୋର୍ଟ ଗୋଟିଏ ସ୍ଥାନରେ ଚାଲିବ।ଦୀର୍ଘଦିନରୁ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ସରିଥିବା ଜିଲ୍ଲା କୋର୍ଟର ନୂତନ କୋଠାକୁ ଆଜି ହାଇକୋର୍ଟ  ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି।

ପ୍ରାୟ୧୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି କୋର୍ଟ କମ୍ପ୍ଲେକ୍ସର ଉଦଘାଟନ ପରେ ୧୧ଟି କୋର୍ଟ ଗୋଟିଏ କମ୍ପେକ୍ସରେ ଚାଲିବା ସହ ଆଗାମୀ ଦିନରେ କୋଲ୍ ବିୟରିଙ୍ଗ ଏକ୍ଟ ଟ୍ରିବୁନାଲ, ଫ୍ୟାମିଲି କୋର୍ଟ, ଭିଜିଲାନ୍ସ ପରି ଅନେକ କୋର୍ଟ ଏଠାରେ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯିବ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଏଥିପାଇଁ ଏହି ନବନିର୍ମିତ କୋର୍ଟରେ ସମସ୍ତ ପ୍ରକାର ଭିତ୍ତି ସଂରଚନା ରହିଛି। କୋର୍ଟ କମ୍ପ୍ଲେକ୍ସର ଉଦଘାଟନ ପରେ ଜିଲ୍ଲାରେ ନ୍ୟାୟ ପ୍ରକ୍ରିୟା ଶୀଘ୍ର ହେବବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସୋମବାର ହୋଇଥିବା ଏହି ଉଦଘାଟନୀ ସମାରୋହରେ ହାଇକୋର୍ଟ ଜଜ୍ ଏ କେ  ମିଶ୍ର, ଜିଲ୍ଲା ଦୌରାଜଜ୍ ପି କେ ନାୟକ, ଏଡିଜେ ରଞ୍ଜନ ପାଢୀ, ସିଜେଏମ ସୁନୀଲ କୁମାର ଦାସ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ରେଜିଷ୍ଟ୍ରାର ଗୋପବନ୍ଧୁ ଗଡନାୟକ, ଜେଏମଏଫସି ବିକାଶ ଗୋୟଲ, କୋର୍ଟ ମ୍ୟାନେଜର ମନମିତ ସିଂ, ବାର ଏସୋସିଏସନ ସଭାପତି ପି ରାମ ମୋହନ ରାଓ, ତାପସ କୁମାର ଚୌଧୁରୀ, ବିଶ୍ୱନାଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.