Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କଳାହାଣ୍ଡିରେ ଚିହ୍ନଟ ହେଲେ ଆଉ ୧୧ କୋଭିଡ-୧୯ ପଜିିଟିଭ୍, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୦୬୩କୁ ବୃଦ୍ଧି

20/05/2020 at 4:16 PM

ଭୁବନେଶ୍ଵର ୨୦।୦୫: ଲକ୍‌ଡାଉନ୍‌ ସତ୍ଵେ ବି ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖାସ୍ କରି ପ୍ରବାସୀ ଶ୍ରମଜୀବୀଙ୍କ ଆଗମନ ପରେ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି। ଏହି କ୍ରମରେ କଳାହାଣ୍ଡିରୁ ନୂତନ ୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୬୩କୁ ବୃଦ୍ଧି ଘଟିଛି। କଳାହାଣ୍ଡି ଜିଲ୍ଲାପାଳ ଜି ଭି ପରାଗ ନୂତନ ସଂକ୍ରମିତଙ୍କ ବିଷୟରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୧୧ ସଂକ୍ରମିତ କ୍ଵାରେଣ୍ଟାଇନ୍‌ କେନ୍ଦ୍ରରେ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ସଂକ୍ରମିତ କିଛି ଦିନ ତଳେ ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡରୁ ଫେରିଥିଲେ। ଅନ୍ୟ ଜଣେ ସଂକ୍ରମିତ ହେଉଛନ୍ତି କ୍ଵାରେଣ୍ଟାଇନ କେନ୍ଦ୍ରର ସୁପର ଭାଇଜର। ଏହାକୁ ମିଶାଇ କଳାହାଣ୍ଡିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ଘଟିଛି। ରାଜ୍ୟରେ ଏବେ ସକ୍ରିୟ କେସ୍ ସଂଖ୍ୟା ୧୧ ରହିଛି। ପୂର୍ବରୁ ଦୁଇ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରରକୁ ଫେରି ସାରିଛନ୍ତି।

ଉଲ୍ଲେଖଯୋଗ୍ୟ ରାଜ୍ୟରେ ବୁଧବାର ଆଉ ୭୪କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୭୪ ସଂକ୍ରମିତଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ୨୮ ଜଣ, ପୁରୀ ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ବାଲେଶ୍ୱର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ସବୁଠୁ ବଡ କଥା ମାଲକାନଗିରି ଜିଲ୍ଲା ନୂଆ ଜିଲ୍ଲା ଭାବେ କରୋନା ମ୍ୟାପ୍ ରେ ଯୋଡି ହୋଇଛି । ଏହା ପରେ ରାଜ୍ୟରେ ମୋଟ୍ ୨୪ ଜିଲ୍ଲାକୁ କରୋନା ବ୍ୟାପିଛି। ମାଲକାନଗିରି ଜିଲ୍ଲାରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହି ସବୁକୁ ମିଶାଇ ଅଦ୍ୟାବଧି ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୧୦୬୩ରେ ପହଞ୍ଚିଛି। ଆଶ୍ଵସ୍ତିକର କଥା ୩୦୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ୭୫୦ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ରହିଛି। ଏହି ମହାମାରୀରେ ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି।

   Related Posts