Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବିହାରରେ ୧୧ କଂଗ୍ରେସ ବିଧାୟକ ଦଳ ଛାଡ଼ିବେ ! ବରିଷ୍ଠ ନେତାଙ୍କ ଦାବିକୁ ନେଇ ଚାଞ୍ଚଲ୍ୟ- ‘ଟଙ୍କା ଦେଇ ଟିକେଟ୍‌ ନେଇଥିଲେ ଏବେ ଟଙ୍କା ପାଇ ପଳାଇବେ’

6/01/2021 at 4:46 PM

ପାଟନା ୬/୧: ବିହାର ରାଜନୀତିରେ ଚାଲିଛି ହାଇଡ୍ରାମା। କେତେବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପଦ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ତ କେତେବେଳେ ମହାମେଣ୍ଟରେ ଫାଟ ସୃଷ୍ଟି ହେବା କଥା ସାମ୍ନାକୁ ଆସୁଛି। ଏବେ ପୁଣି ରାଜ୍ୟରେ କଂଗ୍ରେସ ବିଧାୟକଙ୍କୁ ନେଇ ଦଳର ବରିଷ୍ଠ ନେତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବିହାରରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭରତ ସିଂହ ଦାବି କରିଛନ୍ତି ଯେ କଂଗ୍ରେସର ୧୧ ବିଧାୟକ ଦଳ ଛାଡ଼ିବେ। ୧୯ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ପ୍ରକୃତରେ କଂଗ୍ରେସ ନେତା ନୁହନ୍ତି। ଏମାନେ ଟଙ୍କା ଦେଇ ସିଟ୍‌ କିଣିଛନ୍ତି । ପରେ ବିଧାୟକ ହୋଇଛନ୍ତି ବୋଲି ଭରତ ସିଂହ କହିଛନ୍ତି।

ଏହା ସହ ରାଜ୍ୟସଭା ସଦସ୍ୟ ଅଖିଳେଶ ପ୍ରସାଦ ସିଂହ ଦଳ ଛାଡ଼ିପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି। କଂଗେରସ ରାଜ୍ୟ ମୁଖ୍ୟ ମଦନ ମୋହନ, ରାଜ୍ୟସଭା ସଦସ୍ୟ ଅଖିଳେଶ ସିଂହ ଓ ବରିଷ୍ଠ କଂଗ୍ରେସ ନେତା ସଦାନନ୍ଦ ସିଂହ ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି ଭରତ ସିଂହ ଦାବି କରିଛନ୍ତି। ମହାମେଣ୍ଟ ଦଳ ପ୍ରତି ଘାତକ। ଆରଜେଡି ସହିତ କଂଗ୍ରେସର ମେଣ୍ଟକୁ ମୁଁ ସବୁବେଳେ ବିରୋଧ କରିଆସିଛି ବୋଲି ସେ କହିଛନ୍ତି।

ଏହା ସହ ଭରତ ସିଂହ ଆହୁରି ମଧ୍ୟ କହିଛନ୍ତି ବିହାର ରାଜନୀତି କ୍ଷେତ୍ରରେ କଂଗ୍ରେସ ହାଇ କମାଣ୍ଡ ସବୁ ବେଳେ ଭୁଲ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଦଳ ଛାଡ଼ିବାକୁ ସଜବାଜ ହେଉଛନ୍ତି ସେମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି।

ଭରତ ସିଂହଙ୍କ ଦାବି ପରେ ବିରୋଧୀ ଜେଡିଓ କଂଗ୍ରେସ ଉପରେ ବର୍ଷିଛି। ଜେଡିଓ ନେତା ରାଜୀବ ରଞ୍ଜନ କହିଛନ୍ତି ରାଜ୍ୟରେ କଂଗ୍ରେସ କୋମାକୁ ପଳାଇଛି। କଂଗ୍ରେସ ନେତା ନିଜ ପାର୍ଟିକୁ ବଞ୍ଚାଇବା ଦରକାର। ଏହି କାର୍ଯ୍ୟ ଏତେ ସହଜ ଲାଗୁନି ବୋଲି ସେ କଟାକ୍ଷ କରି କହିଛନ୍ତି।

   Related Posts