Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ରିକ୍ସାରେ ଫାଟିଲା ବୋମା : ଚାଲିଗଲା ୧୧ ଶିଶୁଙ୍କ ଜୀବନ, ୨୦ ଆହତ

19/12/2020 at 11:13 AM

କାବୁଲ ୧୯।୧୨: ପୂର୍ବ ଆଫଗାନିସ୍ତାନର ଗଜନୀ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି । ଶୁକ୍ରବାର ଦିନ ରିକ୍ସାରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ୧୧ ଶିଶୁଙ୍କୁ ମୃତ୍ୟୁ ହେବା ସହ ୨୦ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଅପରାହ୍ନରେ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରିକ୍ସା ଚାଳକ ଜଣଙ୍କ ଯେତେବେଳେ ସାମଗ୍ରୀ ବିକ୍ରି କରିବାକୁ ଗାଁକୁ ଯାଇଥିଲେ ସେହି ସମୟରେ ଛୁଆମାନେ ତାଙ୍କୁ ଘେରି ଯାଇଥିଲେ । ସେହି ସମୟରେ ରିକ୍ସାରେ ଲୁଚାଯାଇଥିବା ବୋମା ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୧୧ ଶିଶୁଙ୍କୁ ମୃତ୍ୟୁ ହେବା ସହ ୨୦ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ଦୁଇ ଦଶନ୍ଧି ପୁରୁଣା ଯୁଦ୍ଧକୁ ଶେଷ କରିବା ପାଇଁ କତରରେ ଆଫଗାନିସ୍ତାନ ସରକାର ଏବଂ ଚରମପନ୍ଥୀ ତାଲିବାନର ମଧ୍ୟସ୍ତିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଏହା ସତ୍ତ୍ବେ ହିଂସାକାଣ୍ଡ ଘଟୁଛି । ଆମେରିକାର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ମାର୍କ ମିଲେ ମଙ୍ଗଳବାର ଦୋହାରେ ତାଲିବାନୀ ନେତାଙ୍କ ସହ ଘୋଷଣା ନକରି ଆମେରିକା-ତାଲିବାନ ଏକ ବୈଠକ କରି ସୈନ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛି ।

   Related Posts