ବିହାରର ୧୧ ଜିଲ୍ଲାକୁ ବନ୍ୟା ବିପଦ, ଜୀବନ ବଞ୍ଚାଇବାକୁ ଉଚ୍ଚସ୍ଥାନକୁ ଚାଲିଯାଉଛନ୍ତି ଲୋକେ

Published By : Prameya-News7 Bureau | July 04, 2021 IST

ପାଟନା ୪/୦୭: ବିାହାରରେ ପୁଣି ଥରେ ବନ୍ୟା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟରେ ଲଗାତାର ବର୍ଷା ଏବଂ ପ୍ରମୁଖ ନଦୀରେ ଜଳସ୍ତର ବଢ଼ିବା ଫଳରେ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ନଦୀରେ ଜଳସ୍ତର ବୃଦ୍ଧି ଏବଂ ଭୟଙ୍କର ବନ୍ୟା ପରିସ୍ଥିତିକୁ ଆଶଙ୍କାରେ ରଖି ତଳିଆ ଅଞ୍ଚଳର ଲୋକେ ଉଚ୍ଚସ୍ଥାନକୁ ପଳାୟନ କରୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ, ନେପାଳରେ ବିଭିନ୍ନ ଜଳଗ୍ରହଣ କ୍ଷେତ୍ରରେ ପ୍ରବଳ ବର୍ଷା ଯୋଗୁଁ ଗଣ୍ଡକ, ବାଗମତୀ, କମଳା ଏବଂ ମହାନନ୍ଦା ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ୧୧ ଜିଲ୍ଲାରେ ବନ୍ୟା ଭୟ ଉତ୍କଟ ହୋଇଥିବା ବେଳେ ବାଗମତୀ ଏବଂ କମଳା ନଦୀ ପାଖାପାଖି ଅଞ୍ଚଳରେ ଆଶଙ୍କା ଅଧିକ ରହିଛି ।

ବଗମତୀ ଏବଂ କମଳାର ଜଳସ୍ତର  ଲଗାତାର ବୃଦ୍ଧି ପାଉଛି। ରାଜ୍ୟର ପଶ୍ଚିମ ଚମ୍ପାରଣ ଏବଂ ଗୋପାଳଗଞ୍ଜର ଅନେକ ଅଞ୍ଚଳରେ ବନ୍ୟା ପାଣି ମାଡ଼ିଯାଇଛି। ଗାଁକୁ ପାଣି ଘେରି ରହିଥିବା ବେଳେ ଲୋକେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି।

ଅନେକ ଗାଁ ସହ ଯୋଗଯୋଗ ବିଚ୍ଛିନ୍ନ ହୋଇଛି। ଗଣ୍ଡକ ନଦୀରେ ଜଳସ୍ତର ବିପଦ ସଙ୍କେତ ପାର କରିବା ପରେ ଗୋପାଳଗଞ୍ଜରେ ଥିବା ତଳିଆ ଅଞ୍ଚଳର ଲୋକଙ୍କୁ ଆଲର୍ଟ କରାଯାଇଛି। ତେବେ ଏହି ଜିଲ୍ଲାର ୪୦ ଗାଁରେ ବନ୍ୟା ଜଳ ପଶିଥିବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.