ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ କ୍ରମେ ୧୧ଜଣଙ୍କୁ କ୍ୟାବିନେଟ ଓ ୯ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀଭାବେ ନିଯୁକ୍ତ କଲେ ରାଜ୍ୟପାଳ, ଜାଣନ୍ତୁ କିଏ ପାଇଲେ କେବିନେଟ ଆଉ କିଏ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

Published By : Prameya-News7 Bureau | May 28, 2019 IST

ଭୁବନେଶ୍ବର୨୮|୫: ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରାଜ୍ୟର ୨୧ଜଣିଆ ନୂଆ ମନ୍ତ୍ରିମଣ୍ଡଳ ନିଯୁକ୍ତ କରିଛନ୍ତି । ଏହି ନବ ନିଯୁକ୍ତ ମନ୍ତ୍ରିମଣ୍ଡଳ ମଧ୍ୟରେ ୧୧ଜଣଙ୍କୁ କେବିନେଟ ପାହ୍ୟା ମନ୍ତ୍ରୀଭାବେ ନିଯୁକ୍ତ କରାଯାଇଥିବାବେଳେ ୯ଜଣ ରାଷ୍ଟ୍ର ପାହ୍ୟାମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତାକାଲି ସକାଳ ୧୦ଟା ୩୦ମିନିଟରେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ୨୦ଜଣମନ୍ତ୍ରୀଶପଥ ନେବେ । ରାଜ୍ୟପାଳ ନିଯୁକ୍ତ କରିଥିବା ୧୧ଜଣ କ୍ୟାବିନେଟ ମନ୍ତ୍ରୀ ହେଲେ-

ମୁଖ୍ୟମନ୍ତ୍ରୀ-

୧. ନବୀନ ପଟ୍ଟନାୟକ

କ୍ୟାବିନେଟମନ୍ତ୍ରୀ-

୧. ରଣେନ୍ଦ୍ର ପ୍ରତାପ ସ୍ବାଇଁ

୨. ବିକ୍ରମ କେଶରୀ ଆରୁଖ

୩.ପ୍ରଫୁଲ୍ଲ କୁମାର ମଲ୍ଲିକ

୪. ନିରଞ୍ଜନ ପୂଜାରୀ

୫. ପଦ୍ମନାଭ ବେହେରା

୬.ପ୍ରତାପ ଜେନା

୭.ଅରୁଣ କୁମାର ସାହୁ

୮. ସୁଦାମ ମାରାଣ୍ଡି

୯. ସୁଶାନ୍ତ ସିଂ

୧୦.ନବ କିଶୋର ଦାଶ

୧୧. ଟୁକୁନି ସାହୁ

ରାଷ୍ଟ୍ରମନ୍ତ୍ରୀ

୧. ଅଶୋକ ଚନ୍ଦ୍ର ପଣ୍ଡା

୨. ସମୀର ରଞ୍ଜନ ଦାଶ

୩. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

୪. ଦିବ୍ୟଶଂକର ମିଶ୍ର

୫. ପ୍ରେମାନନ୍ଦ ନାୟକ

୬.ରଘୁ ନନ୍ଦନ ଦାଶ

୭. ପଦ୍ମିନୀ ଦିଆନ

୮. ତୁଷାରକାନ୍ତି ବେହେରା

୯. ଜଗନ୍ନାଥ ସାରକା

ଆସନ୍ତାକାଲି ସକାଳେ ଶପଥ ଗ୍ରହଣ ଉତ୍ସବ ସରିବା ପରେ ଅପରାହ୍ନରେ ନବଗଠିତ ମନ୍ତ୍ରିପରିଷଦର ବୈଠକ ଅନୁଷ୍ଠିତ ହେବ ।

{"id":117115}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.