Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଏବେ ଲକ୍‌ଡାଉନ୍‌ର ଆବଶ୍ୟକତା ନାହିଁ, ଏପ୍ରିଲ ୧୧ରୁ ୧୪ ଦେଶରେ ପାଳନ ହେବ ଟିକା ଉତ୍ସବ, ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଆଉ କ’ଣ କହିଲେ ପ୍ରଧାନମନ୍ତ୍ରୀ

8/04/2021 at 9:22 PM

ନୂଆଦିଲ୍ଲୀ ୦୮।୦୪: ଦେଶରେ କରୋନାର ଦ୍ଵିତୀୟ ଲହର ସହ ସ୍ଥିତି ବିଗିଡିବାରେ ଲାଗିଛି। ବଢୁଥିବା କରୋନା ପ୍ରକୋପକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି। ଏହି ସମୟରେ କରୋନାର ସ୍ଥିତି ଏବଂ ଟିକାକରଣ ଉପରେ ଆଲୋଚନା କରାଯାଇଛି। ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଯେ, ଆକ୍ରାନ୍ତଙ୍କ ସଂଖ୍ୟା ପୁନର୍ବାର ବଢିବାରେ ଲାଗିଛି। ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ତତ୍କାଳ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଦେଶରେ ବର୍ତ୍ତମାନ ଯାଏ ୯  କୋଟିରୁ ଅଧିକ ଟିକାକରଣ ସରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଂପ୍ରତି ଦେଶରେ ଲକ୍‌ଡାଉନ୍‌ର ଆବଶ୍ୟକତା ନାହିଁ। ବୈଠକରେ ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ  କହିଛନ୍ତି, ଦେଶରେ ପୁଣି ଥରେ ଆହ୍ଵାନପୂର୍ଣ୍ଣ ସ୍ଥିତି ସମ୍ମୁଖୀନ ହେଉଛି। ବିଶେଷ କରି କିଛି ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି। ଆମକୁ ମୁକାବିଲା ସମୟରେ ଉଚିତ୍ ସମନ୍ଵୟ ଉପରେ ଜୋର ଦେବାକୁ ପଡିବ। ଦେଶ ପ୍ରଥମ କରୋନ ଲହରର ଚରମ ସୀମାକୁ ଅତିକ୍ରମ କରି ସାରିଛି। ଏଥର ସଂକ୍ରମଣ ପୂର୍ବାପେକ୍ଷା ଅଧିକ ଭୟଙ୍କର ରହିଛି। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥର ଜନତା ସଂକ୍ରମଣକୁ ପୂର୍ବାପେକ୍ଷା ଅଧିକ ହାଲକା ନେଇଛନ୍ତି। ପୁଣି ଥରେ ଆମକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ପଡିବ। ଜନ ଭାଗିଦାରୀ ସହିତ ଡାକ୍ତର ସ୍ଥିତିର ମୁକାବିଲା ପାଇଁ ନିଜ କର୍ତ୍ତବ୍ୟରେ ଲାଗି ପଡିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଉପରେ ଜୋର

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶ ରାତ୍ରକାଳୀନ କର୍ଫ୍ୟୁ ସ୍ଵୀକାର କରିଛି। ଏହାକୁ ଆମକୁ ନାଇଟ୍‌ କର୍ଫ୍ୟୁ ବଦଳରେ କରୋନା କର୍ଫ୍ୟୁ ଭାବେ ମନେ ରଖିବା ଉଚିତ୍। କରୋନା ନିୟନ୍ତ୍ରଣ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ଵ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ସହ ଲଢିବା ପାଇଁ ଏବେ ଆମ ପାଖରେ ଅଧିକ ସାଧନ ରହିଛି। ଏବେ ତ ଆମ ପାଖରେ ଟିକା ମଧ୍ୟ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ଲୋକଙ୍କ ବେପରୁଆଙ୍କୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏପ୍ରିଲ ୧୧ରୁ ଏପ୍ରିଲ ୧୪ ଟିକା ଉତ୍ସବ ପାଳନ

ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଶତ ପ୍ରତିଶତ ଟିକାକରଣ ପାଇଁ ପ୍ରୟାସ କରିବାକୁ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏପ୍ରିଲ ୧୧ରୁ ଏପ୍ରିଲ ୧୪ ଟିକା ଉତ୍ସବ ପାଳନ କରାଯିବ। ଅଧିକରୁ ଅଧିକ ଲୋକଙ୍କ ଟିକାକରଣ କରାଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଟେଷ୍ଟିଂ-ଟ୍ରାକିଂ ଜରୁରୀ

ପ୍ରଧାନମନ୍ତ୍ରୀ କହିଛନ୍ତି ଆମକୁ ଟେଷ୍ଟିଂ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ। ଆମକୁ ଟେଷ୍ଟିଂ ଓ ଟ୍ରାକିଂ ବଢାଇବାକୁ ପଡିବ। ଆମକୁ ଯେମିତି ହେଲେ ବି ପଜିଟିଭ୍ ହାରକୁ ପାଞ୍ଚ ପ୍ରତିଶତରୁ କମ୍ କରିବାକୁ ପଡିବ। ଆମକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆରଟି-ପିସିଆର ଟେଷ୍ଟ  କରିବାର ଲକ୍ଷ୍ୟ ରଖିବାକୁ ପଡିବ। ପଜିଟିଭ୍ ହାର ବଢିଲେ ଭୟଭୀତ ହୁଅନ୍ତୁ ନାହିଁ, ଟେଷ୍ଟ ନିଶ୍ଚୟ କରାନ୍ତୁ। ଟେଷ୍ଟ ହେଲେ ଯାଇ ହିଁ ନିବାରଣ  ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭ୍ୟାକସିନ ନେବା ପରେ ମଧ୍ୟ ଆମକୁ ସତର୍କ ରହିବାକୁ ପଡିବ। ମାସ୍କ ଓ ସାବଧାନ ରହିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଟିକାକରଣ ପାଇଁ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ ସମସ୍ତ ଯୁବ ବର୍ଗଙ୍କୁ ଆହ୍ଵାନ କରିଛନ୍ତି।

   Related Posts