Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଗୁଡ଼ି ଉଡାଇବାବେଳେ ଛାତରୁ ପଡି ୧୦ ବର୍ଷ ଶିଶୁର ମୃତ୍ୟୁ : ଦୁଇଦିନରେ ଦ୍ୱିତୀୟ ଘଟଣା

6/01/2021 at 3:10 PM

ଅହମଦାବାଦ ୦୬/୦୧ : ଗୁଜରାଟରେ ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ ହୋଇଥାଏ। ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥାଏ। ଲୋକେ ଘରେ ଘରେ ଗୁଡ଼ି ଉଡାନ୍ତି। ମକର ସଂକ୍ରାନ୍ତି ପୂର୍ବରୁ ଅହମଦାବାଦରେ ଗୁଡ଼ି ଉଡାଇବା କାରଣରୁ ଜଣେ ୧୦ ବର୍ଷର ଶିଶୁର ମର୍ତ୍ୟୁ ହୋଇଛି। ଗୁଡ଼ି ଉଡାଇବା ସମୟରେ ଶିଶୁଟି ଛାତରୁ ପଡିଯିବାରୁ ମୃତ୍ୟୁ ହୋଇଛି। ଶିଶୁ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ଘଟଣା ସହରର ମେଘାଣିନଗରରେ ଘଟିଛି। ୧୦ ବର୍ଷୀୟ ରୋନକ ମଙ୍ଗଳବାର ଦିନ ଘର ଛାତ ଉପରେ ଗୁଡ଼ି ଉଡ଼ୁଥିବାବେଳେ ହଠାତ ଗୋଡ ଖସିଯିବାରୁ ତଳେ ପଡିଯାଇଥିଲା। ପଡିଯିବାରୁ ସେ ଗୁରୁତର ଆହତ ହୋଇଥିଲା।

ରୋନକର ମାମୁ କହିଛନ୍ତି ଯେ ରୋନକର ପିତା ହସ୍ପିଟାଲରେ ଇଲେକ୍ଟ୍ରିସିଆନ ଅଛନ୍ତି। ମଙ୍ଗଳବାର ଦିନ ରୋନକର ମାତାପିତା କୌଣସି କାମ ପାଇଁ ବାହାରକୁ ଯାଇଥିଲେ। ସେତେବେଳେ ଘରେ ରୋନକ ଓ ତା ଜେଜେମା ଏକ ଥିଲେ। ସେତେବେଳେ ରୋନକ ଗୁଡ଼ି ଉଡ଼ାଇବାକୁ ଘର ଛାତ ଉପରକୁ ଚାଲି ଯାଇଥିଲା। ସେଠାରୁ ସେ ତଳେ ପଡିଯାଇଥିଲା। ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ପୁଅର ମୃତ୍ୟୁ ପରେ ଘରେ ଶୋକର ଛାୟା ଖେଳି ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଦୁର୍ଘଟଣା ମାମଲା ରୁଜ୍ଜୁ କରିଛି। ଏହାସହ ମାମଲାର ଯାଞ୍ଚ ମଧ୍ୟ ଆରମ୍ଭ କରିଛି। ଗୁଜରାଟରେ ଦୁଇ ଦିନ ଏହିଭଳି ଦୁଇଟି ଘଟଣା ଘଟିଛି। ଏହା ପୂର୍ବରୁ ବଡୋଦରାରେ ଗୁଡ଼ି ଉଡାଇବାବେଳେ ୧୪ ବର୍ଷ ଶିଶୁ ତଳେ ପଡି ଜୀବନ ହାରିଥିଲା।

   Related Posts