ଯୋଗ୍ୟତା ଥାଇ ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ରୀ

Published By : Prameya-News7 Bureau | February 22, 2019 IST

ଗୁଣପୁର ୨୨|୨: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ହେଲେ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଜଣେ ଛାତ୍ରୀ । ଆଡମିଟ୍ କାର୍ଡ ନ ମିଳିବାରୁ ସୃଷ୍ଟି ହୋଇଛି ଏମିତି ପରିସ୍ଥିତି ।

{"id":87491}

ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଗୁଡାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସିନ୍ନା ସାହୁଙ୍କ କ୍ଷେତ୍ରରେ ଘଟିଛି ଏହି ଘଟଣା । ପୂର୍ବରୁ ବିଦ୍ୟାଳୟରେ ଫର୍ମ ଫିଲ୍ ଅପ୍ କରିବା ସହ ଅନ୍ୟାନ୍ୟ ସବୁ ନୀତି ନିୟମକୁ ପୂରଣ କରିଥିଲେ ସିହ୍ନା। ହେଲେ ଆଡମିଟ୍ କାର୍ଡ  ଅନ୍ୟ ପିଲାଙ୍କର ଆସିଥିଲେ ମଧ୍ୟ ସିନ୍ନାଙ୍କର ଆସି ନଥିଲା । ଫଳରେ ଆଜି ସେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିନଥିଲେ।

{"id":87492}

ଏଥିପାଇଁ ବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଦାୟି କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ। ସେପଟେ ପ୍ରଧାନ ଶିକ୍ଷକ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଖବର ମିଳିଛି । ଏହି ଘଟଣା ପୁରା ପରୀକ୍ଷାର୍ଥୀ ମହଲ ଓ ଅବିଭାବକ ମହଲରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.