ଗଣେଶ ବିସର୍ଜନ ବେଳେ ମେଢ ତଳେ ଚାପି ହୋଇ ଦଶମ ଶ୍ରେଣୀ ଛାତ୍ର ମୃତ

Published By : Prameya-News7 Bureau | September 14, 2018 IST

ଭଦ୍ରକ ୧୪/୯ : ଭଦ୍ରକରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ । ନଦୀରେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଉଛନ୍ତି ରାଜେନ୍ଦ୍ର ସାହୁ । ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ନାଳିଆ ନଦୀର ଭକ୍ତି ବ୍ରହ୍ମପୁର ଘାଟରେ ଟିଉସନ ପିଲାମାନେ ଗଣେଶ ପୂଜା କରିଥିଲେ । ନଦୀରେ ମୂର୍ତ୍ତି ବିସର୍ଜନ କରିବା ବେଳେ ସେ ମେଢ ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଭଦ୍ରକ ଜିଲ୍ଲାମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତରଖାନାରେ ପହଂଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.