Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଦଶମ ଶ୍ରେଣୀ ଛାତ୍ରୀ ଓ ତାଙ୍କ ମାଙ୍କୁ ଗଣଦୁଷ୍କର୍ମ, ଟ୍ୟୁସନ ସାର୍ ସମେତ ୩ ଗିରଫ

10/04/2019 at 12:30 PM

ମିରଠ୧୦|୪: ଜଣେ ଦଶମ ଶ୍ରେଣୀ ଛାତ୍ରୀ ଓ ତାଙ୍କ ମାଙ୍କୁ ଗଣ ଦୁଷ୍କର୍ମ ହୋଇଛି ।୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଟ୍ୟୁସନ ପଢାଉଥିବା ଶିକ୍ଷକ ଓ ତାଙ୍କର ଦୁଇଜଣ ସାଂଗ ଉଭୟ ମା ଓ ଝିଅଙ୍କୁ ଦୁଷ୍କର୍ମ କରିଛନ୍ତି । କେବଳ ସେତିକି ନୁହେଁ,  ଦୁଷ୍କର୍ମ ବେଳର ଦୃଶ୍ୟ ଭିଡିଓ ରେକର୍ଡିଂ କରି ଏହି କ୍ଲିପ ମାଧ୍ୟମରେ ଛାତ୍ରୀଙ୍କୁ ବ୍ଲାକମେଲ ମଧ୍ୟ କରାଯାଉଥିଲା। ଗତ କାଲି ରାତିରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ରିପୋର୍ଟ ଅନୁସାରେ ଘଟଣା ଘଟିଛି ମିରଠ ସ୍ଥିତ ଶାସ୍ତ୍ରୀନଗର ଅଞ୍ଚଳରେ । ପିଡୀତା ତାଙ୍କ ସାନ ଭାଇ ସହ ଜଣେ ଶିକ୍ଷକଙ୍କ ପାଖକୁ ଶାସ୍ତ୍ରୀନଗରରେ ଟ୍ୟୁସନ ପଢିବାକୁ ଯାଉଥିଲେ। ଦଶମ ଶ୍ରେଣୀର ଏହି ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଶିକ୍ଷକ ତାଙ୍କୁ କୋଲଡ୍ରଙ୍କ୍ସରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ। ଏହା ପରେ ତାଙ୍କ ସହ ଦୁଷ୍କର୍ମ କରି ତାଙ୍କ ଭିଡିଓକ୍ଲିପ୍‌ କରିଥିଲା। ୪ ମାସ ଧରି ଲଗାତାର ଭିଡିଓ ଦ୍ୱାରା ପିଡୀତାଙ୍କୁ ବ୍ଲାକ୍‌ମେଲ କରି ତାଙ୍କ ସହ ଦୁଷ୍କର୍ମ କରୁଥିଲା ଶିକ୍ଷକ।
ଏପ୍ରିଲ ମାସ ୪ ତାରିଖରେ ଭିଡିଓ ବିଷୟରେ ଘର ଲୋକେ ଜାଣିଲେ। ଭିଡିଓ ବିଷୟରେ ଜାଣିଲା ପରେ ପିଡୀତାର ମା ଶିକ୍ଷକ ଘରକୁ ଯାଇ ଏହାର ବିରୋଧ କରିଥିଲେ। ତେବେ ସଂପୃକ୍ତ ଦୁଷ୍କର୍ମକାରୀ ଶିକ୍ଷକ ଛାତ୍ରୀଙ୍କ ମାଙ୍କୁ ମଧ୍ୟ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେବା ସହ ଦୁଇ ଜଣ ସାଙ୍ଗଙ୍କ ସହ ତାଙ୍କୁ ମଧ୍ୟ ଗଣ ଦୁଷ୍କର୍ମ କରିଥିଲେ ।
ଦୁଷ୍କର୍ମର ଶିକାର ହୋଇଥିବା ପିଡୀତାର ମା ଅଭିଯୋଗ କରିଛନ୍ତି ଯେ, ୩ ଅଭିଯୁକ୍ତ ମିଶି ତାଙ୍କୁ ଥାନାରେ ମାମାଲା ରୁଜୁ ନକରିବା ପାଇଁ ଧମକ ଦେଇଥିଲେ। ପୂରା ପରିବାରକୁ ଖତମ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ପୋଲିସ ପିଡୀତାଙ୍କ ଡାକ୍ତର ମାଇନା ପାଇଁ ଡାକ୍ତଖାନା ପଠାଇଥିଲେ। ଛାତ୍ରୀଙ୍କ ବୟାନ ଶୁଣିଲା ପରେ ଶିକ୍ଷକ ଦୀପକ କୁମାର, ଓ ତା ସାଥି ବିନୁ ଓ ସଚିନକୁ ଗଣ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି।

   Related Posts