ନଭେମ୍ବର ୧୦ରେ ହେବନି IPL 2020ର ଫାଇନାଲ, ପରେ ଘୋଷଣା ହେବ ଦିନ

Published By : Prameya-News7 Bureau | September 06, 2020 IST

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଲାଗି ସିଡ୍ୟୁଲ ଜାରି ହୋଇସାରିଛି। ତ୍ରୟୋଦଶ ଆଇପିଏଲର ଠିକ୍ ୧୩ ଦିନ ପୂର୍ବରୁ  ସିଡ୍ୟୁଲ ଘୋଷଣା ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୯ ତାରିଖ ଦିନ ଆବୁଧାବୀରେ  ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଲିଗ୍‌ର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ନେଇ ଦିନ ଏବେ ଧାର୍ଯ୍ୟ ହୋଇ ନାହିଁ।

{"id":325983,"sizeSlug":"large"}

କାର୍ଯ୍ୟସୂଚୀ ଅନୁସାରେ ଆଇପିଏଲର ଶେଷ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରୁ ନଭେମ୍ବର ୧୦ ତାରିଖରେ ଫାଇନାଲ ଅନୁଷ୍ଠିତ ହୋଇପାରେ ବୋଲି ଅନୁମାନ କରାଯାଉଥିଲା। ହେଲେ ଟୁର୍ଣ୍ଣାମେଣ୍ଟର ଏବେ ଯେଉଁ ସିଡ୍ୟୁଲ ଆସିଛି ଏଥିରେ ଆୟୋଜକ ଫାଇନାଲ ଓ ସେମିଫାଇନାଲ ନେଇ ଦିନ ଧାର୍ଯ୍ୟ କରିନଥିବା ଜଣାପଡିଛି।

{"id":325984,"sizeSlug":"large"}

ପ୍ରସଙ୍ଗରେ ବିସିସିଆଇ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଲାଗି  ପୃଥକ ତିଥି ଘୋଷଣା କରିବେ ବୋଲି କହିଛନ୍ତି। ଏଥିରୁ ଆଇପିଏଲ ସିଡ୍ୟୁଲ ଫ୍ଲେକ୍ସିବଲ ବୋଲି ଏବେ ଅନୁମାନ କରାଯାଉଛି। କାରଣ ଯଦି ଟୁର୍ଣ୍ଣାମେଣ୍ଟ ଆୟୋଜନ କାଳରେ କରୋନାକୁ ନେଇ କୌଣସି ସମସ୍ୟା ଉପୁଜେ ତେବେ ଟିମ୍‌ ମାନଙ୍କର ମ୍ୟାଚ୍‌କୁ ଆଡଜଷ୍ଟ କରାଯାଇପାରେ। ଯଦି ଏପରି କିଛି ହୁଏ ତେବେ ଫାଇନାଲ ମ୍ୟାଚ୍‌ର ତିଥି ଆଗକୁ ବି ବଢିପାରେ ବୋଲି ଅନୁମାନ କରାଯାଉଛି। ତେବେ ଏ ନେଇ ବିସିସିଆଇ ଅଥବା ଆଇପିଏଲ ପକ୍ଷରୁ କୌଣସି ଅଧିକାରୀକ ସୂଚନା ଦିଆଯାଇ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.